କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ,୩ ଗିରଫ।

0 469

ରାୟଗଡା,୧୦/୦୭(ପିପିଟି); ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ସହ ୩ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି ଚନ୍ଦ୍ରପୁର ପୋଲିସ।ଜବତ ଗଞ୍ଜେଇର ମୂଲ୍ୟ ଏକକୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ରବିଗୁଡା ଗାଁ ନିକଟରେ ଥିବା ଏକ ଛକ ନିକଟରେ ଅତର୍କିତ ଭାବେ ଚଢାଉ କରି ମୁନିଗୁଡା ଅଞ୍ଚଳକୁ ଚାଲାଣ ହେବାକୁ ରଖାଯାଇଥିବା ବେଳେ ୫୯ ଟି ପ୍ୟାକେଟକୁ ଜବତ କରିବାରେ ସଫଳ ହୋଇଛି ପୋଲିସ ଓ ଏଥିରେ ସଂପୃକ୍ତ ଥିବା ରାଣୀଗୁଡାର ରାମନାଥ ଝିଣ୍ଡ୍ରିଗୁଡିକା,ପ୍ରଜା ଶ୍ରାମୂତିକା, ଓ ଇଶା ଦୁର୍ବାକାକୁ ଗିରଫ କରି ଚନ୍ଦ୍ରପୁର ଥାନାରେ ରଖି ଅଧିକ ତଦନ୍ତ ଜାରିରଖିଛି ପୋଲିସ। ଚନ୍ଦ୍ରପୁର ଥାନାରେ କେଶନଂ 25/09/07/ 2021 ଏବଂ 20{B}NDPS ରେ ରୁଜ୍ଜୁ କରାଯାଇଛି।ବାରମ୍ବାର ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ତଥା ପୋଲିସର ଚଢ଼ାଉ,ଗିରଫଦାରି ଓ ଗଞ୍ଜେଇ ଜବତ ଜନସାଧାରଣଙ୍କୁ ହତଚକିତ କରିଛି ।
(ରିପୋର୍ଟ – ନବୀନ ନାୟକ ବେହେରା।

Leave A Reply

Your email address will not be published.