କରୋନା ମୁକାବିଲା ପାଇଁ କୋଭିଡ୍-୧୯ ଡାକ୍ତରଖାନା ପରିଦର୍ଶନ ।

0 135

ବରଗଡ/ପଦ୍ମପୁର,(ପିପିଟି ନ୍ଯୁଜ୍)୧୮/୦୪ -କରୋନା ମୁକାବିଲା ସକାଶେ ରାଜ୍ୟସରକାର ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଡାକ୍ତରଖାନା ମାନ ସ୍ଥାପନ କରୁଛନ୍ତି । ବରଗଡ ରେ ମଧ୍ୟ ଏଇ ଡାକ୍ତରଖାନା କାର୍ଯ୍ୟକାରିତା ନେଇ ପ୍ରସ୍ତୁତି ସରିଥିବାବେଳେ ଏହାର ତଦାରଖ ସରକାରୀ ସ୍ତରରେ ଚାଲିଛି । ବରଗଡ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା) ରେ ନୂତନ ଭାବେ ଗଢ଼ିଉଠିଥିବା ସରକାରୀ ଡାକ୍ତରଖାନା ପରିସର ରେ ଏଇ କୋଭିଡ-୧୯ ହସପିଟାଲ ସ୍ଥାପିତ ହୋଇଛିା ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଆଜି ପୂର୍ବାହ୍ନ ରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ହଠାତ ପହଂଚି ହସପିଟାଲ ପରିସର ପରିଦର୍ଶନ କରିଥିଲୋ ସାଥିରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାପାଳ ଶ୍ରୀମାନ ଜ୍ୟୋତିରଂଜନ ପ୍ରଧାନ,ଏସ.ପି-ପଦ୍ମିନୀ ସାହୁ,ମୁଖ୍ୟଶାସନ ସଚିବ ଶ୍ରୀମାନ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.