କମୁଛି ଆକ୍ରାନ୍ତ ସଂଖ୍ୟା: ଭଞ୍ଜନଗରରେ ଆଜି କେବଳ ୪ ।

0 58

ଭଞ୍ଜନଗର,୨୦/୦୮(ପିପିଟି); ଅନ୍ୟ ଜିଲ୍ଲା ଅପେକ୍ଷା ଧୀରେ ଧୀରେ ଗଞ୍ଜାମ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।ଆଜି ଗଞ୍ଜାମ ଜିଲ୍ଲାରେ ମୋଟ ୨୨୬ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଉପଖଣ୍ଡର ୪୬ଜଣ ରହିଥିବା ବେଳେ କେବଳ ୪ଜଣ ଭଞ୍ଜନଗର ଅଞ୍ଚଳର ରହିଛନ୍ତି।ସେଥି ମଧ୍ୟରେ ବ୍ଲକ ଅଫିସ ର ଜଣେ କର୍ମଚାରୀ ଓ ଏନ.ଏ.ସି ଅଞ୍ଚଳର ଜଣେ ଏବଂ ଏହି ବ୍ଲକର କୁଲାଡ଼ ଓ ହରିପୁର ଗ୍ରାମର ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।ଏହାକୁ ନେଇ ପ୍ରଶାସନ ଓ ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.