ଇଟା ଭାଟି ଛାଡିଥିବା ଶ୍ରମିକଙ୍କ ଦୁଃଖ ବୁଝିଲେ ତହସିଲଦାର ।

0 342

ଶେରଗଡ,(ପିପିଟି)୦୩/୦୫,ଶେରଗଡ଼ ପଥରପୁଞ୍ଜି ଗ୍ରାମ ରାସ୍ତାରେ ମଧ୍ୟାହ୍ନ ପ୍ରାୟ ୧୨ଟା ରେ ହଠାତ ୩୦ଜଣ ଶ୍ରମିକ ଚାଲି ଚାଲି ଯାଉଥିଲେ।ଗ୍ରାମର ଯୁବକ ମାନେ ଏନେଇ ଶେରଗଡ଼ ତହସିଲଦାର ଡ଼.ଦୟାସିନ୍ଧୁ ପରିଡାଙ୍କୁ ଖବର ଦେଇଥିଲେ।ତହସିଲଦାର ଶ୍ରୀ ପରିଡା ନିଜର ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଙ୍କୁ ଧରି ସେଠାରେ ପହଞ୍ଚି ଥିଲେ ।ଖବର ନେବାରୁ ଜଣା ପଡିଲା କନିସି ରେ ଥିବା ଏକ ଇଟା ଭାଟିରେ ଉକ୍ତ ୩୦ଜଣ ଶ୍ରମିକ କାମ କରୁଥିଲେ।କିଛି ଦିନ ଲକ୍ ଡାଉନ ଥିବା ଯୋଗୁ ଉକ୍ତ ଶ୍ରମିକ ମାନେ କାମ କରୁ ନଥିଲେ ।ଫଳରେ ମାଲିକ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଉ ନଥିଲା।ଏଣୁ ସେମାନଙ୍କ ଘର ସାରଥୀମୁଣ୍ଡା ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି।ଏନେଇ ତହସିଲଦାର ବଲାଙ୍ଗୀର ଜିଲାପାଳ ସହିତ କଥାବାର୍ତ୍ତା ହେବା ପରେ ଜିଲାପାଳ ଏ ଦିଗରେ ପଦକ୍ଷେପ  ନେବି ବୋଲି କହିବା ସହ ଗୋଟିଏ ମିନିବସରେ ସେମାନଙ୍କୁ ପଠାଇବା ପାଇଁ ତହସିଲଦାର ଶ୍ରୀ ପରିଡାଙ୍କୁ କହିଥିଲେ।ଆଜି ରାତିରେ ଡେଙ୍ଗାପଦର ସରପଞ୍ଚକୁ କହି ଆଜି ରାତିର ଖାଇବା ବ୍ୟବସ୍ଥା କରିବାକୁ କହିଲେ ।ରାତି ଖାଇବା ପରେ ସେମାନଙ୍କୁ ନିଜ ଗ୍ରାମକୁ ବସ ଯୋଗେ ପଠା ଯିବାର ବ୍ୟବସ୍ଥା ହେବ ବୋଲି ଶ୍ରୀ ପରିଡା କହିଛନ୍ତି ।
ରିପୋର୍ଟ – ଭିକୁ ନାୟକ ।Attachments area

Leave A Reply

Your email address will not be published.