ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କାର ପ୍ରଦାନରେ ପ୍ରିୟା ପ୍ରୀତି ତୋଷଣ ।

0 27

ମାଲକାନଗିରି,୨୧/୦୯(ପିପିଟି):ମାଲକାନଗିରି ଶିକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପ୍ରତିବର୍ଷ ପରି ଚଳିତ ଶିକ୍ଷକ ଦିବସ ସିନ୍ଧ୍ରିମାଳ ହାଇସ୍କୁଲ ଠାରେ ପାଳିତ ହୋଇଥିଲା ବେଳେ ଏହି ଉତ୍ସବରେ ପୁରସ୍କାର ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚୟନ କରାଯାଇଥିଲା ସେଥିରେ ପ୍ରିୟା ପ୍ରୀତି ତୋଷଣର ଗନ୍ଧ ବାରି ହୋଇଥିବା ଚର୍ଚ୍ଚା ହେଉଛି। ବାସ୍ତବ ବରିଷ୍ଠ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବାଦ୍ ଦେଇ ମନ ଇଚ୍ଛା ବେଷ୍ଟ ଟିଚର ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହାକି ଶିକ୍ଷକ ମହଲରେ ବିଳମ୍ବରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି। କିଛି ଶିକ୍ଷକ ଯେଉଁ ମାନେ
ସ୍କୁଲ କମିଟି ଦ୍ବାରା ମନୋନୀତ ହୋଇ ଯାଇ ସ୍କୁଲରେ ପାଠ ପଢ଼ାଇବା ସହିତ ଟୁସନ ପଢ଼ାଇ ଅର୍ଥ ରୋଜଗାର କରିପାରୁଛୁ, ସେମାନଙ୍କୁ ମଧ୍ୟ ବେଷ୍ଟ ଟିଚର ଭାବେ ଶିକ୍ଷା ବିଭାଗ ପୁରସ୍କୃତ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ନିଯୁକ୍ତି ର କୌଣସି ଠିକ୍ ଠିକଣା ନଥିଲା ବେଳେ କିଛି ବ୍ଳକ୍ ଗ୍ରାଣ୍ଡ ହାଇ ସ୍କୁଲରେ କମିଟି ଦ୍ବାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନେ ଶିକ୍ଷାକୁ ରୋଜଗାରର ପନ୍ଥା ଭାବେ ଅବଲମ୍ବନ କରିଛନ୍ତି। ଶିକ୍ଷକ ମାନେ ଟୁସନ କରିବା ବାରଣ ସତ୍ତ୍ୱେ କିଛି ବ୍ଳକ୍ ଗ୍ରାଣ୍ଡ ସ୍କୁଲରେ ଟୁସନ କରା ଯାଇ ଛାତ୍ରଛାତ୍ରୀଙ୍କ ଠାରୁ ମାନସିକ ବେଆଇନ ଭାବେ ଟୁସନ ପି ଆଦାୟ କରା ଯାଉଛି। ଆଉ ସେହି ଟୁସନ ଟାଚରଙ୍କୁ ମଧ୍ୟ “ଉତ୍ତମ ଶିକ୍ଷକ”ଭାବେ ଗତ ଶିକ୍ଷକ ଦିବସରେ
ପୁରସ୍କାର ପ୍ରଦାନ କରାଯାଉଛି। ତେଣୁ ଶିକ୍ଷକ ଦିବସରେ ପ୍ରଦାନ କରାଯାଇଥିବା ଉତ୍ତର ଶିକ୍ଷକ ସମ୍ମାନ ଏକ ପ୍ରହସନ ବୋଲି ଅଭିଯୋଗ ହୋଇଛି। ଅନ୍ଯ ପକ୍ଷରେ ଏହି ଚୟନ କମିଟିରେ କିଏ କିଏ ରହୁଛନ୍ତି ଏବଂ କେଉଁ ଆଧାରରେ ବେଷ୍ଟ ଟିଚର ସମ୍ମାନ ପ୍ରଦାନ କରା ଯାଉଛି, ଏହା ତଦନ୍ତ ସାପେକ୍ଷ ବୋଲି ଶିକ୍ଷକମାନେ ନିଜର ନାମ ଗୋପନୀୟ ରଖି ସାମ୍ବାଦିକଙ୍କୁ ଅବଗତ କରାଇଛନ୍ତି। ଏହି ପ୍ରଦତ୍ତ ସମ୍ମାନ ସଂପୂର୍ଣ୍ଣ ପ୍ରିୟା ପ୍ରୀତି ତୋଷଣ ବୋଲି ଅଭିଯୋଗ ହୋଇଛି। ଯେଉଁମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରୁଛନ୍ତି, ସେମାନେ ଏହି ସମ୍ମାନ ପାଇଁ ଚୟନ ହେଉଥିବା କୁହାଯାଇଛି।

ପ୍ରକାଶ ଥାଉ କି,ଗତ ଶିକ୍ଷକ ଦିବସରେ ମୋଟ ୩୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଷ୍ଟ ଟିଚର ଭାବେ ସମ୍ମାନିତ କରାଯାଇଥିଲା। ଜିଲ୍ଲା ମଙ୍ଗଳ ବିଭାଗରୁ ୬ ଜଣ ଏବଂ ଶିକ୍ଷା ବିଭାଗରୁ ୩୦ ଜଣ। ତେବେ ଶିକ୍ଷା ବିଭାଗରେ ବେଷ୍ଟ ଶିକ୍ଷକ ଚୟନରେ ପ୍ରିୟା ପ୍ରୀତି ତୋଷଣ କରାଯାଇ କମିଟି ଦ୍ବାରା ଅସ୍ଥାୟୀ ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନଙ୍କୁ ଉତ୍ତମ ଶିକ୍ଷକ ସମ୍ମାନ ମିଳିଥିବା ଅଭିଯୋଗ ହୋଇଛି। ସେମାନେ ହାଇ ସ୍କୁଲରେ ଟୁସନ କରି ମାସିକ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଯାହାକି ତଦନ୍ତ କଲେ ସବୁ ରହସ୍ୟର ପରଦା ଫାସ ହୋଇ ପାରିବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.