ଆସ୍ଥା ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ ।

0 165

ପଦ୍ମପୁର,(ପିପିଟି ନ୍ଯୁଜ୍)୨୬/୦୫, ସଂପ୍ରତି କରୋନା ମହାମାରୀକୁ ଖାତିରନ କରି ଅନବରତ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ପାଇକମାଳ ବ୍ଲକ ସ୍ଥିତ ପାହାଡ ପର୍ବତଘେରା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ୟକେନ୍ଦ୍ର ରେ କାର୍ଯରତ ମହିଳାସ୍ୱାସ୍ଥ୍ୟ କର୍ମୀ କବିତାଞ୍ଜଳି ଦାଶ ଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଭୂବନେଶ୍ୱର ସ୍ଥିତ ଆସ୍ଥା ଫାଉଣ୍ଡେସନ ପକ୍ଷରୁ କରୋନା ଫାଇଟର ଭାବେ ସମ୍ମାନୀତ କରିଛନ୍ତି । ଶ୍ରୀମତି ଦାଶ ତାଙ୍କ ଉପକେନ୍ଦ୍ର ଅଧିନସ୍ଥ ସମସ୍ତ ଗ୍ରାମ ମାନଙ୍କୁ ଯାଇ ଲୋକ ଙ୍କୁ ସାମାଜିକ ଦୂରତା ମାନି ଚଳିବା,ପ୍ରତ୍ୟକ ମୂହୁର୍ତ୍ତ ରେ ହାତକୁ ସାବୁନ ରେ ଧୋଇବା କେମିତି ତାହା ପ୍ରଦର୍ଶନ କରାଇ ଉପଯୁକ୍ତ ଶିକ୍ଷା ଦେବା ,ସବୁ ସମୟରେ ମାକ୍ସ ବ୍ୟବହାର କରିବା ,ଅଜଥାଟାରେ ଗହଳୀ ନକରିବାକୁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇ ବାଟକୁ ଆଣିବାରେ ସଫଳ ହୋଇ ପାରିଛନ୍ତି । ଏଇ ଅବସର ରେ ତାଙ୍କୁ କରୋନା ଯୋଦ୍ଧା ଭାବେ ମନୋନୀତ କରି ଆସ୍ଥା ଫାଉଣ୍ଡେସନ୍ ତରଫରୁ ତାଙ୍କୁ ସମ୍ମାନୀତ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.