ଆଶ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ ସହ ବନମହୋତ୍ସଵ ପାଳିତ ।

0 342

ଉଲୁଣ୍ଡା,୧୭/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କୁଞ୍ଜପାଲି ଆବାସିକ ଆଶ୍ରମ ବିଦ୍ୟାଳୟ ପରିସରରେ ବନାମହୋତ୍ସଵ ପାଳିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ  ଏବଂ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା,ଶିକ୍ଷକ ପୁରୁଷୋତ୍ତମ ମେଂଡ଼ିଲି,ଶିକ୍ଷୟିତ୍ରୀ ଲୀଳାବତୀ ପ୍ରଧାନଙ୍କ ସମେତ ସ୍ବପ୍ନେଶ୍ୱରୀ ତାଣ୍ଡି,ଦୁଲେଶ୍ୱରୀ ବାଘ,ଶମ୍ଭୁ ଭୋଇ,ଶିବରାମ ପ୍ରଧାନ,ପଙ୍କଜିନି ପ୍ରଧାନ,ଶୋଭା କୁମୁରା,ଶାନ୍ତନୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।ସେହିଭଳି ବିରମହାରାଜପୁର ବ୍ଲକ ସୁବଳୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସତ୍ୟସେବକ ଯୁବକ ସଂଘ ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମ୍ବ,ଆମ୍ବ,ଜାମୁ,କରଞ୍ଜ, ଅଶ୍ୱତ୍ଥ ଆଦି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଗଛ ରୋପଣ କରାଯାଇଥିଲା । ବିରମହାରାଜପୁର ବନଖଣ୍ଡ ଅଧିକାରୀ  ଅବିନାଶ ବରିହା,ବନପାଳ ଜୟକୃଷ୍ଣ ପଟନାୟକ,ପ୍ରବୀଣ ରଥ,ବଳରାମ ନାୟକ , ପ୍ରକୃତିପ୍ରେମୀ ମନୋଜ ପଣ୍ଡାଙ୍କ ସମେତ ଗ୍ରାମବାସି ହୃଷିକେଶ ନାଏକ, ଧରଣୀଧର ନାଏକ,ସୁରେନ୍ଦ୍ର ପୁରୋହିତ,ଅଶୋକ ପୁରୋହିତ  ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.