ଅଙ୍ଗନୱାଡି କର୍ମୀ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ।

0 64

କଳାହାଣ୍ଡି,(ପିପିଟି)୦୪/୦୫ ,ବର୍ତ୍ତମାନ ସମଗ୍ର ଦେଶ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ। ଏଥିରୁ ଓଡିଶା ମଧ୍ଯ ବାଦପଡିନାହି।ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କୁ ଏଥିରୁ ରକ୍ଷା କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ବ୍ୟାପକ ଅର୍ଥ ର ଆବଶ୍ଯକତା ରହିଛି। ଏହାକୁ ଦୃଷ୍ଟି ରେ ରଖି ରାଜ୍ୟର ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ନିଜ ସାମର୍ଥ୍ଯ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକର ଧର୍ମଗଡ ସେକ୍ଟର ଅଧିନରେ ଥିବା ୩୯ ଜଣ ଅଙ୍ଗନୱାଡି କର୍ମୀ ମଧ୍ଯ ସହଯୋଗର ହାତ ବଢାଇଥିବା ଚର୍ଚ୍ଚାର ବିଷଯ ହୋଇଛି। ଅଙ୍ଗନୱାଡି କର୍ମୀ ସ୍ୱଳ୍ପ ପାରିଶ୍ରମିକ ରେ ନିଜ ଗୁଜୁରାଣ ମେଣ୍ଟାଉଥିଲେ ହେଁ ଏ ଘଡିସନ୍ଧି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଆହୁରି ମଜବୁତ କରିବାକୁ କେବେ କୁଣ୍ଠାବୋଧ କରିନାହାନ୍ତି। ସମସ୍ତ କର୍ମୀ ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ୧୯,୪୦୦ଟଙ୍କା  ଧର୍ମଗଡ ବି ଡି ଓ ଗୋପାଳ କ୍ରୁଦ୍ଧ ମିଶ୍ର ଓ ସିଡିପିଓ ସୁଚରିତା ମହାପାତ୍ର ଙ୍କ ଉପସ୍ଥିତି ରେ ପ୍ରଦାନ କରିଥିଲେ। ଏହି ମହତ୍ କାର୍ଯ୍ୟ ରେ ଅଙ୍ଗନୱାଡି କର୍ମୀ ପାର୍ବତୀ ଜାଲ, ସୁଷମା ନାଗ, ବବିତା ମହାନନ୍ଦ ଓ ସଂଜୁ ମହାରଣା ଙ୍କ ସମେତ ଅନ୍ୟ ସହକର୍ମୀ ମାନେ ସହଯୋଗ କରିଥିଲେ।
ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.