SGFI ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା ।

0 265

ଭୁବନେଶ୍ବର,୦୭/୦୧(ପିପିଟି): ଝାଡ଼ଖଣ୍ଡର ରାଞ୍ଚି ଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ୪ ଟି ସ୍ବର୍ଣ୍ଣ ପଦକ ଆଣିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ୬ ଜାନୁଆରୀ ୨୦୨୬ ରୁ ୧୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରାଞ୍ଚି ଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଓଡ଼ିଶାରୁ ମୋଟ୍ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୧୧ ଜଣ ବାଳିକା ଓ ୭ ଜଣ ବାଳକ ସାମିଲ୍ ଥିଲେ।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ୟୁଜିପି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରୋହିତ କୁମାର ମାରାଣ୍ଡି ୩୦ ମିଟର ଦୂରତା (ଇଣ୍ଡିଆନ ରାଉଣ୍ଡ ଓ ୩୦ ମିଟର ଦୂରତା ଓଲିମ୍ପିକ ରାଉଣ୍ଡରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ମିକ୍ସ ଟିମ୍ ରାଉଣ୍ଡରେ ସେ ଭୁବନେଶ୍ବର କିସ୍ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ରେଶମା ମଲ୍ଲିକଙ୍କ ସହ ରୋହିତ କୁମାର ମାରାଣ୍ଡି ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ହାସିଲ୍ କରିଛନ୍ତି । ରୋହିତ କୁମାର ମାରାଣ୍ଡି ସମୁଦାୟ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ରେଶମା ମଲ୍ଲିକ ଗୋଟିଏ ସ୍ବର୍ଣ୍ଣ ପଦକ ରାଜ୍ୟ ପାଇଁ ଆଣିଦେଇଛନ୍ତି । ଏହି ସଫଳତା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ଥିବା ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.