ମାଲକାନଗିରି ,୩୦/୦୯(ପିପିଟି): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି)-୨୦୨୬ ଆଜି ୩ ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ରେ ସମସ୍ତ ହୋଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଥିଲେ ଯେ, ୬୯୭ ପରୀକ୍ଷାର୍ଥୀ ୩ଟି କେନ୍ଦ୍ର ପରୀକ୍ଷା ଦେଇଥିଲେ। ସେଗୁଡିକ ହେଲା ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ୍ ଭି- ୭, ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି । ୬୯୭ ଜଣ ପରୀକ୍ଷାର୍ଥୀ ଓଏସଇଟି ପରୀକ୍ଷା ଦେଇଥିବା ବେଳେ ୪୦ ଜଣ ଅନୁପସ୍ଥିତି ଥିଲେ ।ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ରର ସୁରକ୍ଷା ନିମନ୍ତେ ସିସିଟିଭି ସହ ପୋଲିସ ମୁତୟନ କରାଯିବା ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାରେ ଅନିୟମିତା ରୋକିବା ପାଇଁ ନିରୀକ୍ଷକ ସହ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଉପରେ ସିସିଟିଭି ନଜରର ବ୍ୟବସ୍ଥା କରାଯାଇଥିଲା। ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ଵାରା ହୋଇଥିବା ସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଆଦି ବର୍ଜିତ ହୋଇଥିଲା ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)