ପ୍ରଶାସନ ପ୍ରସ୍ତୁତ,୬୨୯୦ ଲୋକଙ୍କୁ ସ୍ଥାନାନ୍ତର ।

ଚିକିଟି,୧୯/୧୧(ନିଗମାନନ୍ଦ ପଣ୍ଡା ): ସମ୍ଭାବ୍ୟ ବାତ୍ୟା ଆକୱାନ ସଫଳ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଛି । ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଲୋକମାନଙ୍କ ସହ ଆଲୋଚନା କରି ଫେରିଛନ୍ତି । ଗୁରୁବାର ସୁଦ୍ଧା ଚିକିଟି ବ୍ଲକର ୧୭ ଗୋଟି ପଂଚାୟତର ୬୨୯୦ ରୁ ଉର୍ଦ୍ଧ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଥିବା ଜରୁରୀ କାଳୀନ ଅଧିକାରୀ କହିଛନ୍ତି । ଗୁରୁବାର ସକାଳୁ ବର୍ଷା ଆରମ୍ଭ ହେବାରୁ ଭୟଭୀତ ହୋଇ ସେମାନେ ନିଜେ ନିରାପଦ ସ୍ଥାନକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି । ଗୁରୁବାର ସୁଦ୍ଧା ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲୁରହିଥିବା ବ୍ଲକ କଣ୍ଟ୍ରୋଲ ରୋମରୁ ସୂଚନା ମିଳୁଛି । ସୁନାପୁର ପଞ୍ଚାୟତର ସୁନାପୁର, ପାଟିସୁନ ପୁର, ଅନ୍ତରାୟ ପୁର, ଏକ୍ସିଙ୍ଗ ପଞ୍ଚାୟତର ଏକ୍ସିଙ୍ଗ, ଡଙ୍କଲପଡୁ, କତୁରୁ ପଞ୍ଚlୟତର ଚନ୍ଦନ ବାଡ଼, ରାମାୟlପାଟଣା , ଦୟାନିଧି ପେଣ୍ଠ, ଅଲlଡୀପୁର, ଝାଟିପଦର ପଞ୍ଚାୟତ ର ଗୋବିନ୍ଦ ପୁର , ନୂଆପଡା ପଞ୍ଚାୟତ ର ନୂଆପଡା ହାଇସ୍କୁଲ, ଚାନ୍ଦପୁର ପଂଚାୟତର ସୁନ୍ଦରଡ଼ା ହାଇସ୍କୁଲ, କେ ନୂଆଗାଁ ପଂଚାୟତର କୃଷ୍ଣପୁର ହାଇସ୍କୁଲ, ସୋରଳ ପଞ୍ଚାୟତର ପାର୍ସମା ଏହି ଭଳି ୨୧ ଟି ବାତ୍ୟା ଆଶ୍ରୟ ସ୍ଥଳୀ, କଲେଜ, ସ୍କୁଲ, ଅଙ୍ଗନବାଡି ଆଦି ନିରାପଦ ସ୍ଥାନରେ ରଖାଯାଇଛି । ୨୫ ରୁ ଉର୍ଦ୍ଧ ମାଗଣା ରନ୍ଧନ ଶୀଳ ପ୍ରତିଷ୍ଠା ହୋଇଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ମହଜୁଦ ଶୁଖିଲା ଖାଦ୍ୟ ସାମଗ୍ରୀ ରଖାଯାଇଛି । ଏପରିକି ଗ୍ୟାସ, କାଠ, ଔଷଧ ଏଥିସହ ଶୁଖିଲା ଖାଦ୍ୟ ମହଜୁଦ ରଖା ଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀକୁ ତଦାରଖ ଲାଗି ୪୦ ଜଣ ନୋଡାଲ ଅତିରିକ୍ତ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି । ବିଭିନ୍ନ ଗ୍ରାମର ୪୦ ରୁ ଉର୍ଦ୍ଧ ପ୍ରସୂତି ମହିଳା ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଅପର ପକ୍ଷରେ ଗୁରୁବାର ସକାଳୁ ପବନ ବର୍ଷା ଲାଗି ରହିବା ଫଳରେ ଲୋକ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ବର୍ଷା ସହ ପବନ ବେଗ ଅଧିକ ଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକରେ ଝିପି ଝିପି ବର୍ଷା ଜାରି ରହିଛି । ବାତ୍ୟା ପରବର୍ତ୍ତୀ ଅବସ୍ଥା କୁ ନିୟନ୍ତ୍ରଣ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ସାଙ୍ଗକୁ ଉଦ୍ଧାର କାର୍ଯ୍ୟ ଧ୍ୟାନ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ୧୪ ଜଣିଆ ଓଡ୍ରାଫ ଟିମ ପହଂଚି ଥିବା କଣ୍ଟ୍ରୋଲ ରୁମ ଅଧିକାରୀ କହିଛନ୍ତି ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Comments (0)
Add Comment