ଐତିହ୍ୟ ସମ୍ପନ୍ନ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ନନ୍ଦିଘୋଷ ରଥ ଚକ ସ୍ଥାପନ ।

ପୋଲସରା,୧୯/୧୧ (ପିପିଟି) : ପବିତ୍ର କାର୍ତ୍ତିକମାସ ଶୁକ୍ଳପକ୍ଷ ଅଷ୍ଟମୀ ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ନନ୍ଦିଘୋଷ ଚକ ନୀତିକାନ୍ତି ଅନୁଯାୟୀ ସ୍ଥାପିତ ହୋଇଥିଲା|ଗଞ୍ଜାମ ମାଟିର ଗୌରବ, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ପୀଠ ଐତିହ୍ୟ ସମ୍ପନ୍ନ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାରଦାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନନ୍ଦିଘୋଷ ରଥଚକର ଶୁଭ ଆଗମନ ଏକ ଅତ୍ୟନ୍ତ ଗୌରବମୟ ଓ ସ୍ମରଣୀୟ ମୁହୂର୍ତ୍ତ ଥିଲା।

ଏହି ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ ପଦକ୍ଷେପକୁ ସାକାର ରୂପ ଦେବାରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ବିଡ଼ିଓ ଶ୍ରୀଯୁକ୍ତ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସକ୍ରିୟ ସହଯୋଗରେ ସମ୍ପାଦନ ହୋଇଥିଲା |ଶ୍ରୀମନ୍ଦିରରୁ ଏହା କେବଳ ଏକ ରଥଚକର ଆଗମନ ନୁହେଁ, ବରଂ ମାରଦାର ଧାର୍ମିକ ପରମ୍ପରା, ଓଡ଼ିଆ ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ଜନମାନସର ଭକ୍ତିଭାବକୁ ଅଧିକ ସମୃଦ୍ଧ କରିବାର ଏକ ଅଭିନବ ପ୍ରୟାସ।ଏହି ରଥଚକ ଅଣାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ଦ୍ୱାରା ଭକ୍ତିଭାବ ସହକାରେ ସ୍ଵାଗତ ଏବଂ ପୂଜା ଅର୍ଚ୍ଚନା କରାଯାଇଥିଲା। ଶେଷରେ ମାରଦା ମନ୍ଦିରକୁ ଚକ ପହଞ୍ଚିବା ପରେ ଢୋଲ ମୃଦଙ୍ଗ ଓ ହୁଳହୁଳି ଧ୍ୱନିରେ ଜୟ ଜଗନ୍ନାଥ ଡାକରେ ମନ୍ଦିର ଭିତରକୁ ଅଣାଯାଇଥିଲା |ତତ୍ପରେ ପୂଜା ଵିଧି ଅନୁସାରେ ମାରଦା ମନ୍ଦିରରେ ପୂଜକ ମାନଙ୍କ ଉପସ୍ଥିତିରେ ଚକକୁ ଉତ୍ତର ପୂର୍ବ ଦ୍ୱାର ଭିତରେ ସ୍ଥାପନ କରାଯାଇଥିଲା |ଏହା ଆଠଗଡ ମାଟି ପାଇଁ ଗର୍ବର ବିଷୟ ସ୍ମରଣ ବିଷୟ ଯେ ଗତ ୨୦୨୫ରେ ଏହି ଶରଣ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ମାରଦା ମହୋତ୍ସବରେ ମାନ୍ୟବର ମନ୍ତ୍ରୀ ତଥା ମାରଦା ମହୋତ୍ସବ କମିଟି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନନ୍ଦିଘୋଷ ରଥଚକ ମାରଦା ମନ୍ଦିରକୁ ଆଣିବା ପାଇଁ ଦେଇଥିବା ପ୍ରସ୍ତାବରେ ଉକ୍ତ ମହୋତ୍ସବରେ ନିମନ୍ତ୍ରୀତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ସ୍ୱହୃଦୟତାର ସହ ଗ୍ରହଣ କରି ରଥଚକକୁ ଶ୍ରୀକ୍ଷେତ୍ରରୁ ଆଣି ମାରଦା ପୀଠରେ ସ୍ଥାପନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେବାସହ ଉକ୍ତ ଚକ ଆସିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ। ସେଥିପାଇଁ ପୋଲସରା ବାସୀ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି|ଏହି କାର୍ଯ୍ୟକ୍ରମରେ ପୋଲସରା ଥାନା ଅଧିକାରୀ କୌଶିକ ମାଝୀ, ପୋଲସରା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଇଂ ରମେଶ ଚନ୍ଦ୍ର ରଥ, ଶ୍ରୀ ମାରଦା ସ୍ୱତନ୍ତ୍ର ପରିଷଦର ସଭାପତି ମଥୁରା ଜଗନ୍ନାଥ ମନ୍ଦିରର ମଠ ମହନ୍ତ ସୁନ୍ଦର ରାମ ଦାଶ, ମହାରାଜ ଜି ଉନ୍ନୟନ ପରିଷଦ ସଂପାଦକ ଶ୍ୟାମ ସୁନ୍ଦର ସାହୁ ଓ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ, ସଦସ୍ୟ ରାମକୃଷ୍ଣ ବାରିକ, ରାମଚନ୍ଦ୍ର ବାରିକ, ନରହରି ପ୍ରଧାନ, ସମୀର ନାୟକ, ସହ ସମ୍ପାଦକ ଜଗବନ୍ଧୁ ମହାପାତ୍ର, ନାରାୟଣ ତ୍ରିପାଠୀ, ମାରଦା ମହୋତ୍ସବ କମିଟି ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ, କୋଷାଧକ୍ଷ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମ୍ପ ବାଢେଇ, ଅବସର ପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା,ବରିଷ୍ଠ ବ୍ୟକ୍ତିତ୍ୱ ରଘୁନାଥ ପଣ୍ଡା, ସହ ସମ୍ପାଦକ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ମଥୁରା ମଣ୍ଡଳ ଭାଜପା ସଭାପତି କୃଷ୍ଣଚନ୍ଦ୍ର ଜେନା ଓ ହାତୀଓଟ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ,ପୋଲସରା ନଗର ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ, ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ, ସମାଜସେବୀ କୃଷ୍ଣଚନ୍ଦ୍ର ଜେନା, ବରିଷ୍ଠ ଆଇନଜୀବୀ ପବିତ୍ର କୁମାର ନାୟକ,ନଗର ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ଯୁବ ନେତା ସନ୍ତୋଷ କୁମାର ବାରିକ, ତପନ କୁମାର ସାହାଣୀ, ଟୁଟୁ ସାହୁ, ପୂର୍ବତନ ସରପଞ୍ଚ କେ. ଦିଲ୍ଲୀପ କୁମାର ମହାପାତ୍ର,ମାରଦା ମନ୍ଦିର ପୂଜକ ଭଗବାନ ପଣ୍ଡା, ସେବାୟତ ଟୁନା ପଣ୍ଡାଙ୍କ ସହ ଘୁମୁସର ଜିଲ୍ଲା ଉପସଭାନେତ୍ରୀ ପ୍ରତିମା ସାହୁ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଗାୟତ୍ରୀ ଜେନା, ଶିବାନୀ ସାହାଣୀ, ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତରହି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ସହ ଆନ୍ତରିକ ସହଯୋଗ କରିଥିଲେ |ଇତିହାସ ପୃଷ୍ଠାରେ ଆଠଗଡ ମାଟି ପାଇଁ ସ୍ମରଣୀୟ ଦିନ ହୋଇ ନନ୍ଦିଘୋଷ ରଥ ଚକ ସ୍ଥାପନ ରହିଗଲା |ଭକ୍ତ ଓ ଭଗବାନଙ୍କ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା |ଏହି ରଥ ଚକ ସ୍ଥାପନନିମନ୍ତେ ସାଧୁ ଉଦ୍ୟମ କରିଥିବା ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ଆସିକା ଲୋକସଭା କ୍ଷେତ୍ର ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ, ବିଡ଼ିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଆନ୍ତରିକ ଧନ୍ୟବାଦ ଦେବାସହ ପୋଲସରା ଅଞ୍ଚଳବାସୀ ଭୂୟ°ସୀ ପ୍ରଶଂସା କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment