ଖୋର୍ଦ୍ଧା, ୧୯/୧୧(ପିପିଟି):ଆସନ୍ତା ୨୪ ନଭେମ୍ବରରୁ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରାର ପ୍ରଚାର ପ୍ରସାର ନିମନ୍ତେ ବାହାରିଥିବା ସଚେତନତା ରଥ ଆଜି ଖୋର୍ଦ୍ଧାରେ ପହଞ୍ଚିଛି।
ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ରଥକୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ପାରମ୍ପରିକ କଳା, ସାହିତ୍ୟ ଓ ସଂସ୍କୃତି କଟକ ଐତିହାସିକ ବାଲିଯାତ୍ରାରେ ଯୋଗଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ପରେ ଏହି ରଥ ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଧ୍ୟ ଯୋଗ ଦେଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ