ଜେଏମଏଫସି କ୍ଳର୍କ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ଦ୍ବାରା ଟ୍ରାପ ।

ମାଲକାନଗିରି,୧୦/୦୯(ପିପିଟି):ଏକ ନନ୍ ବେଲେବଲ ୱ।ରେଣ୍ଟ ମାମଲା କୁ ରଫାଦଫା କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ମାଥିଲି ଜିଏମଏଫସି କୋର୍ଟର ଜଣେ ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଛି। ଦାବି ପୂରଣ କରିବାରେ ଅସମର୍ଥ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ଉପରେ ଆଜି ଓଡିଶା ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଧାନଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରଧାନଙ୍କ ନିକଟରୁ ୫୦ ହଜାର ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ତାଙ୍କ ବାସ ଭବନ ଓ ଆବାସିକ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି |
ଏହି ପରିପ୍ରେକ୍ଷୀରେ ତାଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ଧାରା ୭ ପିସି (ସଂଶୋଧନ) ଅଧିନିୟମ, ୨୦୧୮ ଅନୁଯାୟୀ ମାମଲା ନମ୍ବର ୨୦/୨୦୨୬ ପଞ୍ଜିକୃତ ହୋଇଛି। ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଜୟପୁର ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ପ୍ରଧାନ ରେଡ୍ ହ୍ୟାଣ୍ଡଡ୍ ଧରିଥିବା ବେଳେ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment