ସାତନଳ ଠାରେ ଜାରି ରହିଛି ‘ଗଜଲକ୍ଷ୍ମୀ’ ପୂଜା ।

0 140

କୋଦଳା ,୦୨/୧୧(ପିପିଟି): ସମ୍ପ୍ରତି ସନାତନ ହିନ୍ଦୁ ଧର୍ମାବାଲମ୍ବୀଙ୍କ ପାର୍ବଣ ଋତୁ ପ୍ରବାହିତ ହେଉଥିବା ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ସାତନଳ ଗ୍ରାମ ମଠ ସାହି ଠାରେ କୁମାର ପୁର୍ଣିମା ଠାରୁ ଧନଦାତ୍ରୀ ମା’ “ଗଜଲକ୍ଷ୍ମୀ”ଙ୍କ ପୂଜା ଆଧ୍ୟାତ୍ମିକ ଓ ଉତ୍ସବମୁଖର ବାତାବରଣରେ ଜାରି ରହିଛି । ପୂଜା ମଣ୍ଡପରେ ପ୍ରତ୍ୟେହ ସକାଳେ ଏବଂ ସନ୍ଧ୍ୟାରେ ଆଳତି, ଭୋଗରାଗ ଅର୍ପଣ କରାଯାଉଛି । ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ପୂଜକ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ବେଳେ ରବିବାର ସନ୍ଧ୍ୟାରେ ସମସ୍ତ ଗ୍ରାମବାସୀଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସାତନଳ ଗ୍ରାମବାସୀ ଉତ୍ସାହ ଉଦ୍ଦୀପନା ସହ ସହଯୋଗ କରୁଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.