କୋଦଳା,୦୨/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ଅଂଚଳରେ ରବିବାର ରାତ୍ର ପ୍ରାୟ ୧୦ଘ ସମୟରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ଅଙ୍ଗାରଗାଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏଥିସହିତ କିଛି ଲୋକଙ୍କ ଫସଲ ମଧ୍ଯ ନଷ୍ଟ କରିଛି । ଖବର ପାଇ ସୁମଣ୍ଡଳ ବନ ବିଭାଗ ପକ୍ଷରୁ ବନ ରକ୍ଷକ ଚନ୍ଦ୍ର ଶେଖର ମଲ୍ଲିକ , ବନରକ୍ଷୀ ପର୍ଶୁରାମ କାର୍ଜୀ, ବନ ସୁରକ୍ଷା ବାହିନୀ ଶାଗର ବେହେରା, ବାପି ପଲେଇ, ରଞ୍ଜିତ ଶବର, ଜଗନ୍ନାଥ ମାଝୀ, ଅମ୍ରିତ ସୁରେନଙ୍କ ସମେତ ଅଙ୍ଗାରଗାଁ ଗ୍ରାମର ଗ୍ରାମବାସୀ ମାନେ ମିଳିତ ଭାବେ ଦନ୍ତା ହାତୀ ଟିକୁ ଘଉଡାଇଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ