ଭଞ୍ଜନଗର, ୦୨/୧୧(ପିପିଟି ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାଇକେଲ ଚୋରି ଘଟଣାରେ ଭଞ୍ଜନଗର ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୧୫ଟି ସାଇକେଲ ଜବତ କରିଛି।ବିଶେଷ କରି ଝିଅମାନେ ନିଜ ସାଇକେଲକୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିଥାନ୍ତି। ଏହାର ସୁଯୋଗରେ ଗିରଫ ଚୋର ୨ଜଣ ସେସବୁକୁ ଟାର୍ଗେଟ କରି ସାଇକେଲ ଚୋରି କରି ନେବାରେ ସଫଳ ହୁଅନ୍ତି।ଭଞ୍ଜନଗର, ଆସିକା,ବେଲଗୁଣ୍ଠା ଏବଂ ଗାଙ୍ଗପୁର ଆଦି ଅଞ୍ଚଳରେ ଝିଅମାନଙ୍କ ସାଇକେଲ ଚୋରି କରୁଥିବା ଏକ ଦୁଇ ଜଣିଆ ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟର ରବୀନ୍ଦ୍ର ସ୍ୱାଇଁ ଓରଫ ରାନୁ ଏବଂ ସୋରଡ଼ା ଥାନା ଅନ୍ତର୍ଗତ ବଡ଼ ବଦାଙ୍ଗିର ରବୀନ୍ଦ୍ରନାଥ ଗୌଡ଼ ଓରଫ ଟୁନା।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ୍ ନଂ ୧୧୭୫/୨୦୨୬ ଭାରତୀୟ ନ୍ୟାୟ ସଂହିତା) ର ଧାରା ୩୦୩(୨)/୩(୫) ଅନୁଯାୟୀ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ