ଛେନାର ଗୁଣବତ୍ତା ନେଇ ବିବାଦ: କଟକକୁ ଛେନା ପଠାଇବନି ନିଆଳି ଯାଦବ ମହାସଭା ।

0 8

କଟକ, ୨୮/୦୯(ପିପିଟି):ନିଆଳିର ଛେନା ଓ ପନିରର ଗୁଣବତ୍ତାକୁ ନେଇ ଉଠିଥିବା ଅଭିଯୋଗର ପ୍ରତିବାଦରେ କଟକକୁ ଛେନା ପଠାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ନିଆଳି ଯାଦବ ମହାସଭା। ନିଆଳିର ଛେନାକୁ ଅଶୁଦ୍ଧ ଦର୍ଶାଇ ଅଞ୍ଚଳର ପାରମ୍ପରିକ ଛେନା ବ୍ୟବସାୟ ଓ ନିଆଳିର ପରିଚୟକୁ କ୍ଷତି ପହଞ୍ଚାଯାଉଥିବା ମହାସଭା ଅଭିଯୋଗ କରିଛି। ଏହାର ପ୍ରତିବାଦରେ ସୋମବାର ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛେନା ଓ ପନିର ବ୍ୟବସାୟୀମାନେ ଧାରଣା ଦେଇଥିଲେ। ମହାସଭା ପକ୍ଷରୁ କୁହାଯାଇଛି ଯେ, ଅଭିଯୋଗର ଉଚିତ ତଦନ୍ତ କରାଯିବା ସହ ନିଆଳିର ଛେନାର ଗୁଣବତ୍ତା ସମ୍ପର୍କରେ ସ୍ପଷ୍ଟତା ଆଣିବା ଆବଶ୍ୟକ। ଛେନା ପଠାଣ ବନ୍ଦ ନିଷ୍ପତ୍ତି ଯୋଗୁଁ କଟକର ଛେନା ବଜାର ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏପରିସ୍ଥିତିରେ ନିଆଳି ଛେନାକୁ ନେଇ ଉଠିଥିବା ଅଭିଯୋଗ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

Leave A Reply

Your email address will not be published.