ଯାଜପୁର , ୨୮/୦୯(ପିପିଟି): ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିର୍ବାଚନମଣ୍ଡଳୀରେ ବସବାସ କରୁଥିବା ଅସହାୟ ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଉଛି । ଏଥିସହ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଥିବା ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ଟ୍ରଷ୍ଟ ତରଫରୁ ସେମାନଙ୍କୁ ଇବାଇକ ଯୋଗାଇ ଦିଆଯାଉଛି । ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ମଧୁପୁରଗଡ ପଂଚାୟତ ଅଧିନ ପନ୍ତୁରୀ ଗ୍ରାମର ଦିବ୍ୟାଙ୍ଗ ସତ୍ୟାନନ୍ଦ ଧଳଙ୍କୁ ଏକ ଇଲେକ୍ରିଟି ଚାର୍ଜ ବାଇକ ବା ଇସ୍କୁଟି ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗ ଶ୍ରୀ ଧଳ ପୁର୍ବରୁ କେଉଁଆଡେ ଯାଆସ ହୋଇପାରୁନଥିବା ବେଳେ ଏବେ ୩ ଚକିଆ ସ୍କୁଟି ସହାୟତାରେ ସେ ନିଜ ଇଛା ମୁତାବକ ସବୁ ସ୍ଥାନକୁ ଯାଇପାରିବେ । ଏଥିଲାଗି ସେ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାବା ସହ ତାଙ୍କର ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି ।