ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା କମିଟିର ବୈଠକ।

0 4

ପୋଲସରା,୨୮/୦୯ (ପିପିଟି): ଆଗାମୀ ମାସିକିଆ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଏହାକୁ ଦୃଷ୍ଟିଆଗରେ ରଖି ଯାତ୍ରା କମିଟି ପକ୍ଷରୁ ମନ୍ଦିର କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ. ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ନିକଟରେ ସ୍ଵର୍ଗାରୋହଣ କରିଥିବା ଯାତ୍ରା କମିଟିର ବରିଷ୍ଠ ସଦସ୍ୟ କେ. କୈଳାଶ ଚନ୍ଦ୍ର ପାତ୍ର ଓ ରମେଶ ଚନ୍ଦ୍ର ମିଶ୍ର ଏବଂ ଟହଲିଆ ତଥା ଗୌରୀଆମ୍ମାର ସ୍ଥାୟୀ ବାରିକ ଜଗଦୀଶ ଡାକୁଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଏବଂ ଯାତ୍ରାବେଳେ ସେମାନଙ୍କ ଅକୁଣ୍ଠ ଯୋଗଦାନକୁ ନେଇ ସ୍ମୃତିଚାରଣ କରାଯାଇଥିଲା। ଏହାପରେ ଆସନ୍ତା କାର୍ତ୍ତିକ ମାସରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମା’ଙ୍କ ଯାତ୍ରା ପରିଚାଳନା କିଭଳି ସୁଚାରୁରୂପେ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଗତ ୨୦୨୨ ପୋଲସରା ଗ୍ରାମ ସଭାରେ ଯାତ୍ରା କମିଟିର ରିକ୍ତ ଥିବା ସ୍ଥାୟୀ ସଦସ୍ୟ ପଦବୀଗୁଡ଼ିକୁ ପୂରଣ କରିବାଲାଗି ଯେଉଁ ସବୁ ସର୍ତ୍ତାବଳୀ ସ୍ଥିର ହୋଇଥିଲା ସେ ଗୁଡିକୁ ପାଳନ କରି ନୂତନ ସଦସ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ସୀମାଞ୍ଚଳ ପାଣିଗ୍ରାହୀ, ସୁକାନ୍ତି ସାହୁ, ଦୁର୍ଯ୍ୟୋଧନ ସାହୁ, ରଘୁନାଥ ସାହୁ, ମହେଶ୍ୱର ଜେନା, ଆର. କାମରାଜୁ ପାତ୍ର, ଆର. ବାବୁ ପାତ୍ର, ଏନ. ଭାସ୍କର ରାଓ ପାତ୍ର, ନାରାୟଣ ପାତ୍ର, ପ୍ରତାପ ଚନ୍ଦ୍ର ପତି, ପ୍ରତାପ କୁମାର ଦାସଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଶେଷରେ ସମ୍ପାଦକ ମଞ୍ଜୟ ପଟ୍ଟନାୟକ କମିଟି ତରଫରୁ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.