ବଡଆଗୁଳ ଗ୍ରାମରେ ଶ୍ରୀ ଗଣେଶ ପୂଜା ଓ ବିସର୍ଜନ ଅନୁଷ୍ଠିତ ।

0 180

କବିସୂର୍ଯ୍ୟନଗର,୨୮/୦୯(ପିପିଟି): କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡଆଗୁଳ ଗ୍ରାମର ନୂଆ ସାହି,ତଳ ସାହି ଓ ଗୌଡ ସାହିରେ ଶ୍ରୀ ଗଣେଶ ପୂଜା ମହାଆଡମ୍ବର ସହିତ ପାଳିତ ହୋଇ ଯାଇଛି । ନୂଆ ସାହି ପୂଜା ମଣ୍ଡପରେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ତାଙ୍କର ଧର୍ମ ପତ୍ନୀ ରିତା ନାୟକ ମୁଖ୍ୟ କର୍ତ୍ତା ଭାବେ ବସି ହୋମ ଯଜ୍ଞ କରି ପୂଜା କରିଥିଲେ । ବିଭିନ୍ନ ପୂଜାମଣ୍ଡପରେ ପୂଜାପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ କବିସୂର୍ଯ୍ୟ ଡାକୁଆ ଓ ତାଙ୍କର ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ଡାକୁଆ,କୋଦଳା ଏନ୍ଏସିର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ନାୟକ, ସମାଜସେବୀ ରାମଚନ୍ଦ୍ର ମହାରଣା,ବ୍ରହ୍ମପୁର ସେବା ସଦନ ଡାଇରେକ୍ଟର ସଲିମ ଖାନ୍, ବୁଢାମ୍ବର ସମାଜସେବୀ ଡାକ ପ୍ରଧାନ, ବ୍ରହ୍ମପୁର ମଡନ୍ ଆଇ କେୟାର ଡିରେକ୍ଟର ଡାକ୍ତର ସଞ୍ଜୟ ନାୟକ,ବଡଆଗୁଳ ମନ୍ଦିର କମିଟି ସଭାପତି ତଥା ଗ୍ରାମର ମୁଖ୍ୟ ନବୀନ ପଟ୍ଟନାୟକ,କବିସୂର୍ଯ୍ୟନଗର ଏନ୍ଏସିର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁ,ବରିଷ୍ଠ ସାମ୍ବାଦିକ ତଥା କବି ବାଳକୃଷ୍ଣ ପଟ୍ଟନାୟକ ଓ ତାଙ୍କର ଧର୍ମ ପତ୍ନୀ ରଞ୍ଜିତା ପଟ୍ଟନାୟକ,କୋଦଳା ଏନ୍ଏସିର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ,ବିଜେଡି ରାଜ୍ୟ ସଂପାଦିକା ରଞ୍ଜିତା ସାହୁ ପ୍ରମୁଖ ପୂଜା କାର୍ଯ୍ୟକ୍ରମ ସାମିଲ ହୋଇଥିଲେ । ଭଜନ ସମାରୋହ ଓ ଲକି ଡ୍ର କାର୍ଯ୍ୟକ୍ରମ ହୋଇ ଥିଲା । ଆଡମ୍ବର ସହକାରେ ବିସର୍ଜନ ଅନୁଷ୍ଠିତ ହୋଇ ଥିଲା । ଶରତ ଚନ୍ଦ୍ର ସାହୁ,ଗୋପାଳ ବିଶ୍ବାଳ, ଅର୍ଜୁନ ପ୍ରଧାନ,ସକ୍ରାଜିତ ବିଶ୍ବାଳ, ମୁରଲୀଧର ପ୍ରଧାନ,ମହେଶ୍ବର ନାୟକ,ଭାସ୍କର ସ୍ବାଇଁ,ବୁନା କରଣ ପ୍ରମୁଖ ପରିଚାଳନା ଓ ସହାୟତା କରିଥିଲେ ।

Leave A Reply

Your email address will not be published.