ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି ଗମ୍ଭୀର ।

0 0

ଚାନ୍ଦବାଲି ,୨୮/୦୯: ବୈତରଣୀ ଓ ସାଳନ୍ଦୀ ନଦୀର ଉପରମୁଣ୍ଡରେ କ୍ରମଶଃ ବନ୍ୟାଜଳ ହ୍ରାସ ପାଉଥିଵା ବେଳେ ତଳମୁଣ୍ଡରେ ଚାନ୍ଦବାଲି ଧାମରା ମୁହାଣରେ ସମୁଦ୍ର ଜୁଆରିଆ ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାସ୍ଥିତି ଗମ୍ଭୀର ରହିଛି। ଫଳରେ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଞ୍ଚାୟତରେ ଗତ ୨ଦିନ ହେଲା ଵନ୍ୟାପାଣି ପ୍ରଵାହିତ ହେବାରୁ ରାଜପଥ ସହ ଗାଁ ଓ ସାହି ରାସ୍ତାରେ ୩/୪ ଫୁଟ ଉଚ୍ଚରେ ଚାଲୁଛି। ଵିଶେଷକରି ବୈତରଣୀ ନଦୀର ବୋଡକ ନିକଟରେ ନଦୀବନ୍ଧ ପୂର୍ଵ ବନ୍ୟାରେ ଧୋଇଯିବା ସହ କୂଳ ଲଙ୍ଘି ବନ୍ୟାପାଣି ପ୍ରବାହିତ ହେବା ଫଳରେ ୨୦ନମ୍ଵର ଜାତୀୟ ରାଜପଥର ଦେଢ଼ କିମି କଂକ୍ରିଟ ରାସ୍ତା ଧୋଇ ନେଇଥିଲା। ତାହାସହ ୩ଶହ ଫୁଟର ଘାଇ ହେବାରୁ ଆରଡି ସମେତ ୨୪ଟି ଗାଁର ବହୁ ଘର ଓ ଦୋକାନରେ ବନ୍ୟାପାଣି ଦୀର୍ଘଦିନ ଧରି ଲହଡ଼ି ମାରିଥିଲା। ଏପରିକି ଶହଶହ ଚାଷୀଙ୍କର ହଜାରହଜାର ଏକର ଚାଷଜମି ଧୋଇ ନେଇଥିଲା। ଉକ୍ତ ନଦୀବନ୍ଧର ଅସ୍ଥାୟୀ ମରାମତି ନିମନ୍ତେ କୋଟିକୋଟି ଟଙ୍କାରେ ଵଲା, ଟିଣ, ବାଲିବସ୍ତା, ପଥର ଦିଆଯାଇ ମରାମତି କରାଯାଇଥିଲା। ହେଲେ ଚଳିତ ବନ୍ୟା ପୁଣିଥରେ ଵଲା, ବାଲିବସ୍ତା ଭସାଇନେଵା ସହ ୧ଶହ ଫୁଟର କଂକ୍ରିଟ ରାସ୍ତା ଧୋଇ ନେବାରୁ ପୁଣି ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରିକି ପୂର୍ବଭଳି ବ୍ୟାଙ୍କ, ପୁଲିସ ଫାଣ୍ଡି, ପୋଷ୍ଟ ଅଫିସ, ସହ ବହୁ ଦୋକାନ ଓ ଘରେ ଵନ୍ୟାପାଣି ପଶିଥିଵା ବେଳେ ମୁଖ୍ୟରାସ୍ତା ଓ ସାହି ରାସ୍ତାରେ ୩/୪ ଫୁଟରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି। ଏପରିକି ଆରଡି-ଚାନ୍ଦଵାଲି ରାସ୍ତାର ମୁଁଆ ଘୋଷରାରେ ୪/୫ଜଣ ଵୃଦ୍ଧ ଓ ଯୁବକ ଵନ୍ୟାପାଣିରଜ ପଶି ରାସ୍ତା ପାରି ହୋଇ ଆରଡି ଆସୁଥିବା ବେଳେ ଜଣେ ବୃଦ୍ଧ ବନ୍ୟାପାଣି ପ୍ରଖର ସ୍ରୋତରେ ଭାସି ଯାଇଥିଵା ବେଳେ ଅନ୍ୟ ୨ଜଣ ଉଦ୍ଧାର କରିବାକୁ ଯାଇ ମୋଟ ୩ଜଣ ଭାସିଯାଇଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ଆକ୍ଳାନ୍ତ ପରିଶ୍ରମରେ ଦୀର୍ଘ ୨ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଆରଡି ନିକଟରେ ୨ଟି ଘୋଷରା ରହିଥିଲେ ମଧ୍ୟ ବନ୍ୟା ସମୟରେ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ନିରିହ ଲୋକମାନେ ଭାସି ଯାଉଛନ୍ତି।

Leave A Reply

Your email address will not be published.