ବାଘଛାଲ ସହ ଶିକାରୀ ଗିରଫ ।

0 216

ବୌଦ୍ଧ,୨୨/୦୯(ପିପିଟି): ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ଜଙ୍ଗଲ ପ୍ରାନ୍ତରେ ଆଜି ଓଡ଼ିଶା ଭିଜିଲାନ୍ସର ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ଜଣେ ଶିକାରୀକୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଗୁପ୍ତ ସୂଚନା ଭିତ୍ତିରେ ଭିଜିଲାନ୍ସର ବନ ବିଭାଗ ଟିମ୍‌ ମାଧପୁର ଅଞ୍ଚଳରେ ହଠାତ୍‌ ଚଢ଼ାଉ କରିଥିଲା। ଏହି ସମୟରେ ବନ୍ୟପ୍ରାଣୀ ଚୋରା ଚାଲାଣ ଏବଂ ଶିକାର ମାମଲାର ପର୍ଦ୍ଦାଫାଶ ହେବା ସହ ଘଟଣାସ୍ଥଳରୁ ବାଘଛାଲଟିକୁ ଜବତ କରାଯାଇଥିଲା। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଶିକାରୀ ଜୟ ନାୟକଙ୍କୁ ଆବଶ୍ୟକୀୟ ତଦନ୍ତ ପରେ ସାଙ୍ଗେ ସାଙ୍ଗେ ଗିରଫ କରାଯାଇଛି।

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ର ଧାରା ୯ର ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଛାନଭିନ୍‌ ଚାଲିଛି।

Leave A Reply

Your email address will not be published.