ଶ୍ରୀବଳଦେବ ପୂର୍ଣ୍ଣିମା ଓ ଗ୍ରନ୍ଥ ଲୋକାର୍ପଣ।

0 188

ବୋଲଗଡ,୨୮/୦୮(ପିପିଟି):ଶ୍ରୀବଳଦେବ ପ୍ରଭୁଙ୍କ ଆବିର୍ଭାବ ପୂର୍ଣ୍ଣିମା ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ପକ୍ଷରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ଶ୍ରୀଗୌର ଜଗନ୍ନାଥ ଙ୍କୁ ରାକ୍ଷୀ ଅର୍ପଣ କରାଯାଇ ଗୌର ବିହିତ କୀର୍ତ୍ତନ ଅନୁଷ୍ଠିତ ହେବାସହ ମନ୍ଦିର ପରିକ୍ରମା ଠାକୁରଙ୍କୁ ଅଭିଶେକ ଆରତୀ କରାଯାଇଥିଲା।ଆସୋସିଏସନ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀ ବଳଦେବ ପ୍ରଭୁଙ୍କ ଆବିର୍ଭାବ ସମ୍ପର୍କ ରେ ଆଲୋଚନା କରିଥିଲେ।ଆସୋସିଏସନ୍ ପକ୍ଷରୁ ପ୍ରକାଶ କରାଯାଇଥିବା”ଗଜପତି ଶ୍ରୀପ୍ରତାପରୁଦ୍ର ଦେବ”ପୁସ୍ତକ ଉନ୍ମୋଚନ ଓ ଲୋକାର୍ପିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବହୁ ଦୁରଦୁରାନ୍ତରୁ ଅନେକ ସାଧୁ ସନ୍ଥ ସମେତ ପଣ୍ଡିତ ଗୋପବନ୍ଧୁ ପଣ୍ଡା,ଶିକ୍ଷାବିତ୍ତ ଜଗଦୀଶ ପ୍ରସାଦ ପଟ୍ଟନାୟକ,ଜୋଗେସ୍ଵର ସିଂହ,ବନ୍ଦୀତା ରାଣ ପଟ୍ଟନାୟକ,କାଦମ୍ବିନୀ ସାମନ୍ତରାୟ,ସୀତା ରାଣୀ ସାହୁ,ସନ୍ତୋଷୀ ସାହୁ,ବିସ୍ନୁପ୍ରୀୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ୟ୍ଯକ୍ରମକୁ ଆସୋସି ଏସନ୍ ସଂପାଦକ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.