ଆଶିଷ ଡ୍ୟାନ୍ସ ଷ୍ଟୁଡିଓରେ ରକ୍ଷାବନ୍ଧନ ଉତ୍ସବ ।

0 158

ବେଲଗୁଣ୍ଠା, ୨୮/୦୮(ପିପିଟି): ବେଲଗୁଣ୍ଠା ବ୍ଳକ୍ ଗୋବରା ରେବତୀନଗରସ୍ଥିତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଆଶିଷ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ନୃତ୍ୟଗୁରୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ଆଶିଷ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଏହି ଅବସରରେ ଷ୍ଟୁଡିଓର ଛାତ୍ରଛାତ୍ରୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀମାନେ ରକ୍ଷାବନ୍ଧନର ମହତ୍ତ୍ୱ ସମ୍ପର୍କରେ ନିଜ ନିଜ ମତ ରଖିବା ସହ ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ ଓ ସହଯୋଗର ଭାବନାକୁ ଦୃଢ଼ କରିବାକୁ ଶପଥ ନେଇଥିଲେ। ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ରୟାସ ବୋଲି ନୃତ୍ୟଗୁରୁ ଆଶିଷ କୁମାର ବେହେରା କହିଥିଲେ। ଉତ୍ସବରେ ଷ୍ଟୁଡିଓର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.