ବାହାର ରାଜ୍ୟକୁ ଚାଲାଣ ହେଉଥିବା ୬୦ଟି ଗୋରୁ ଜବତ କଲା ପୋଲିସ ।

0 213

ମାଲକାନଗିରି,୦୫/୦୮(ପିପିଟି):ବାହାର ରାଜ୍ୟକୁ ୬୦ ଗୋଟି ଗୋରୁ ଚାଲାଣ ହେଉଥିବା ବେଳେ ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ଜବତ କରାଯାଇଛି । ସୂଚାରୁ ପ୍ରକାଶ ଯେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତ ଲାମ୍ବାସିଂ ଠାରେ ଏଏସଆଇ କରମଦାସ କଚିମ ଏବଂ ଏଏସଆଇ ଦୈତାରି ମୁଦୁଲିଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରୁ ଏକ ୩ ଜଣିଆ ଦଳ ୬୦ ଟି ଗାଈଗୋରୁକୁ ବାହାର ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ଗୋରୁଗୁଡିକୁ ଜବତ କରାଯାଇଛି । ଏହି ଗୋରୁଙ୍କୁ ପଡୋଶୀ ରାଜ୍ଯ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ଚିତ୍ରକୋଣ୍ଡା ପୋଲିସ ତରଫରୁ ଜବତ ହୋଇଥିବା ଗୋରୁଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବାଣ୍ଟନ କରାଯାଇଛି । ଗାଈଗୋରୁଙ୍କ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ଏହି ପ୍ରୟାସକୁ ସଧାରଣରେ ପ୍ରଶଂସା କରିଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.