ମାଲକାନଗିରି:୨୩/୦୭(ପିପିଟି):ଏମ୍ଭି–୭୯ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରା ଚାଲାଣ ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୨୨ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ଏମ୍ଭି–୭୯ ପୋଲିସ ଚେକପୋଷ୍ଟରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ଏକ ପିକଅପ୍ ଗାଡ଼ିକୁ ଅଟକାଇ ତଲାସି ନିଆଯାଇଥିଲା। ଗାଡ଼ି ଭିତରୁ ୪୫୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଅଧିକ ଲାଭ ଆଶାରେ ଏହି ଗଞ୍ଜେଇକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ଏମ୍ଭି–୮୦ ଗ୍ରାମର ସୁବ୍ରତ ବିଶ୍ୱାସ (୪୩)ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ଗଞ୍ଜେଇ ବୋଝେଇ ପିକଅପ୍ ଗାଡ଼ିକୁ ଜବତ କରାଯାଇଛି। ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏମଭି-୭୯ ଥାନା କେସ୍ ନଂ ୧୧୫/୨୬ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ):