ବେଗୁନିଆପଡା ,୨୬/୦୯(ପିପିଟି):ଲଗାଣ ବର୍ଷା ପରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର ମନ୍ଦିର ପରିସରର ପାଚେରୀର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ପାଚେରୀ ଭାଙ୍ଗି ପଡ଼ିବା ଯୋଗୁଁ ମାଟି ଧସିବା ସହ ମନ୍ଦିର ପରିସରର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ପ୍ରବଳ ବର୍ଷା ଯୋଗୁଁ ମାଟି ଓଦା ହୋଇ ତଳକୁ ଦବିଯିବା ସହ ଏହି ପାଚେରୀ ମୂଳଦୁଆ ଦବି ଏହି ଘଟଣା ଘଟିଛି। ବ୍ଲକ ପ୍ରଶାସନ ତୁରନ୍ତ ଏହି କାର୍ଯ୍ୟର ପୁନଃ ଉଦ୍ଧାର କରିବାକୁ ଦାବି ହୋଇଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ