କାରର କାଚ ଭାଙ୍ଗି ଲୁଟେରା ମାନେ ଲୁଟି ନେଲେ ୨ ଲକ୍ଷ ।

0 1

ଅନୁଗୋଳ,୨୩/୦୭: କାରର କାଚ ଭାଙ୍ଗି ଲୁଟେରା ମାନେ ଲୁଟି ନେଲେ ୨ ଲକ୍ଷ ଟଙ୍କା । ଦୋକାନକୁ ଲୁଗା କିଣିବାକୁ ଯାଇ ଫେରିବା ବେଳକୁ ଲୁଟେରା ମାନେ ଟଙ୍କା ଲୁଟି କରି ମାରିଲେ ଚମ୍ପଟ । ଏଭଳି ଘଟଣା ଅନୁଗୋଳ ସହର ଶିକ୍ଷକପଡା ଅଞ୍ଚଳରେ ଘଟିଛି । ସୂଚନା ଯେ ଅଙ୍ଗାରବନ୍ଧ ଗାଁର ଅକ୍ଷୟ ସାହୁ ତାଙ୍କ ଶାଳକଙ୍କ ସହ ଶିକ୍ଷକପଡା ଇକୋ ପାର୍କ ଆଗରେ ଥିବା ଏକ ଲୁଗା ଦୋକାନକୁ ଲୁଗା କିଣିବାକୁ ଆସିଥିଲେ । ଅକ୍ଷୟ ଦୋକାନରେ ଥିବା ବେଳେ ତାଙ୍କ ଶଳା ଶଙ୍କର ସିନେମା ରୋଡ଼ରେ ଥିବା ୟୁନିଅନ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରୁ ୨ ଲକ୍ଷ ଟଙ୍କା ଉଠାଇ ଦୋକାନ ପାଖକୁ ଆସିବା ପରେ ଗାଡି ଲକ କରି ଦୋକାନକୁ ଯାଉଥିଲେ । ସେହି ସମୟରେ ଜଣେ ଦୁର୍ବୃତ୍ତ ଚାଲି ଚାଲି ଆସି ଗାଡିର କାଚ ଭାଙ୍ଗି ଟଙ୍କା ବ୍ୟାଗ ନେଇଯିବା ପରେ ମୋଟର ସାଇକେଲରେ ଅପେକ୍ଷାରେ ଥିବା ଜଣେ ସହଯୋଗୀ ସହ ଚମ୍ପଟ ମାରିଥିଲେ । ଏହା ଦେଖି ଅକ୍ଷୟ ଓ ତାଙ୍କ ଶଳାଙ୍କ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତ ମାନେ ବ୍ୟାଙ୍କ ନିକଟରୁ ହିଁ ଫଲୋ କରି ଏଭଳି ଟଙ୍କା ଲୁଟିଥିବା ସନ୍ଦେହ କରି ସିସି ଟିଭି ଜାଞ୍ଚ କରି ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.