ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ।

0 185

ଅନୁଗୁଳ,୨୧/୦୭: ଅନୁଗୋଳ ଜିଲ୍ଲାରେ ଘଟିଯାଇଛି ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଓଲଟି ପଡ଼ିଛି OSRTCର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା ମୁତାବକ, OSRTCର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍‌ଟି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀରୁ ରାଉରକେଲା ଅଭିମୁଖେ ଯାଉଥିଲା। ତେବେ ୧୪୯ ନମ୍ବର ଜାତୀୟ ରାଜପଥରେ, ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବୁରୁକୁନା ଛକ ନିକଟରେ ବସ୍‌ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ତୁରନ୍ତ ପହଁଚି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଅତ୍ୟନ୍ତ ଗୁରୁତର ଏବଂ ଆହତଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ସହ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.