ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି ।

0 185

ବୁର୍ଲା, ୨୧/୦୭ : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଯଦ୍ୱାରା ହଷ୍ଟେଲର ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି । ଆଜି ସେମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ ସମସ୍ୟା ର ସମାଧାନ ପାଇଁ ଦାବି ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତାଙ୍କର ଅଭିଯୋଗ ମୁତାବକ ହଷ୍ଟେଲରେ ଦିଆଯାଉଥିବା ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଛାତ୍ରୀ ମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରିଆସୁଛନ୍ତି । ଆଜି ପୁଣି ଥରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଭିସୁଟର ଛାତ୍ରଛାତ୍ରୀ । ଦୀର୍ଘ ଦିନ ଧରି ହଷ୍ଟେଲରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ଖରାପ, ଯେତେଥର ଅଭିଯୋଗ କରାଗଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଯାହାକି ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଏହା ସହିତ ଡ୍ରେସ କୋଡ କୁ ପରିବର୍ତ୍ତନ ଏବଂ ଗୋଟିଏ କକ୍ଷରେ ମାତ୍ରାଧିକ ଛାତ୍ର ଛାତ୍ରୀଙ୍କୁ ରଖାଯିବା ପାଇଁ ବାଧ୍ୟ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି ପାନୀୟ ଜଳ ସମସ୍ୟା ଏବଂ ଉଚିତ୍ କପଡ଼ା ସଫା କରିବା ପାଇଁ ନିୟମ ମୁତାବକ ଉଚିତ୍ ବ୍ୟବସ୍ଥା କରା ନ ଯିବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବାରମ୍ବାର କତୃପକ୍ଷଙ୍କୁ ଅଭିଯୋଗ କରାଯାଇ ଥିଲେ ସୁଦ୍ଧା କୌଣସି ସମସ୍ୟାର ସମାଧାନ ନ ହେବା ଫଳରେ ଛାତ୍ର ଛତ୍ରୀ ମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ତେଣୁ ଏହି ସମସ୍ୟା ର ସ୍ଥାୟୀ ସମାଧାନ କରାଯିବାକୁ ସେମାନେ ଦାବି ଜଣାଇଛନ୍ତି ।

ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଗେଟ୍ ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଖାଦ୍ୟର ମାନ ସୁଧାରିବା ସହ ହଷ୍ଟେଲ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି କରିଛନ୍ତି । ଏହା ସହିତ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇଥିବା ଛାତ୍ର ଛାତ୍ରୀ ତାଙ୍କୁ କାହିଁକି ଡ୍ରେସ କୋଡ ପିନ୍ଧିବା ପାଇଁ ବାଧ୍ୟ କରାଯାଉଛି ତାକୁ ନେଇ ଯୁକ୍ତି ବାଢ଼ିଥିଲେ। ଏପରିକି ଉକ୍ତ ପୋଷାକ ପରିଧାନ ଗତ ନାନା ସମସ୍ୟା ହେବା ଏହା ରିଏସ୍କନ ହେଉଥିବା ଅଭିଯୋଗ ଆଣିଥିଲେ। ଛାତ୍ରାବାସ ରେ ପୋଷାକ ସଫା ସୁତରା କରାଯିବା ପାଇଁ ସମସ୍ୟା ହେଉଥିବା ଏବଂ ଗୋଟିଏ କକ୍ଷରେ ଦୁଇଜଣ ଛାତ୍ର ରଖାଯିବା ବ୍ଦଳରେତିନି ଜଣ ଏବଂ ତିନି ଜଣ ଛାତ୍ର ରହିବା ସ୍ଥାନରେ ୫ ଜଣ ଙ୍କୁ ରଖାଯିବା ଅଭିଯୋଗ ଆଣିଥିଲେ। ଅନ୍ୟପଟେ, ଆନ୍ଦୋଳନକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିବାବେଳେ, ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ।

ଏହାର ଉତ୍ତରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ ପ୍ରଶାସନିକ କୋଠା ସମ୍ମୁଖକୁ ଆସି ବିକ୍ଷୋଭ ରତ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା ବିମର୍ଶ କରିବା ସହିତ ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହା ସହିତ ଆଗାମୀ ଶନିବାର ଦିନ ଏହାକୁ ନେଇ ଏକ ବୈଠକ ଏକାଡେମିକ କାଉନସିଲ ତରଫରୁ କରାଯିବା ନେଇ ଛାତ୍ର ଛାତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ। ମାତ୍ର ଦ୍ୱିତୀୟ ବର୍ଷକୁ ଛାତ୍ର ମାନେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ସେମାନେ ଡ୍ରେସ କୋଡକୁ ପୂର୍ଣ୍ଣ ମାତ୍ରାରେ ବନ୍ଦ କରାଯିବା ପାଇଁ ଅଡି ବସିଥିଲେ। ଅନେକ ତର୍କ ବିତର୍କ ପରେ ଏହାକୁ ନେଇ ଏକ ଅଭିଯୋଗ ପତ୍ର ପ୍ରସ୍ତୁତ କରିବା ପାଇଁ ବିକ୍ଷୋଭରତ ଛାତ୍ର ଛାତ୍ରୀଙ୍କୁ କହିଥିଲେ। ଜଦିବା ଦାବି ପୂରଣ ନ ହୁଏ ତେବେ ପୁନଃ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ ମୁହାଁ ହେବେ ବୋଲି କହିବା ସହିତ ସାମୟିକ ଭାବରେ ବିକ୍ଷୋଭରୁ ଓହରି ଯାଇ ଛନ୍ତି। ଏହି ସମୟରେ ବୁର୍ଲା ପୁଲିସ ସଦଳବଳେ ଉପସ୍ଥିତ ରହିଥିଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପ୍ରତି ଧ୍ୟାନ ଦେଇଥିଲେ।

Leave A Reply

Your email address will not be published.