ଚଳିତ ବର୍ଷ ‘ଏକ ପେଡ୍ ମାଆ କେ ନାମ-୩.୦’,ଦେଢ଼ କୋଟି ଗଛ ଚାରା ପ୍ରସ୍ତୁତ ।

0 103

ବ୍ରହ୍ମପୁର,୦୨/୦୭(ପିପିଟି):ବ୍ରହ୍ମପୁର ବନ ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍) ବିଶ୍ଵନାଥ ଏନ୍‌ଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ଦକ୍ଷିଣାଞ୍ଚଳ ବନ ମଣ୍ଡଳରେ ମୋଟ ୩୬ ଲକ୍ଷ ୫୫ ହଜାର ୩୬୫ଟି ଗଛ ଚାରା ବନ ବିଭାଗ ପକ୍ଷରୁ ରୋପଣ କରାଯିବ।

ସେହିପରି ଏକ କୋଟିରୁ ଅଧିକ ଗଛ ଚାରା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏ ନେଇ ବନ ମଣ୍ଡଳର ୭ଟି ବନଖଣ୍ଡର ସମସ୍ତ ନର୍ସରୀରେ ପର୍ଯ୍ୟାପ୍ତ ଚାରା ମହଜୂଦ ରହିଛି। ବିଭାଗ ଦ୍ବାରା ରୋପଣ ପାଇଁ ବୌଦ୍ଧ ବନଖଣ୍ଡରେ ୪ଲକ୍ଷ ୧୮ ହଜାର, ଫୁଲବାଣୀରେ ୪ ଲକ୍ଷ ୯୪ ହଜାର, ବାଲିଗୁଡ଼ାରେ ୫ ଲକ୍ଷ ୫୮ ହଜାର, ପାରଳାଖେମୁଣ୍ଡିରେ ୪ ଲକ୍ଷ ୧୮ ହଜାର, ବ୍ରହ୍ମପୁରରେ ୧ ଲକ୍ଷ ୬୮ ହଜାର, ଦକ୍ଷିଣ ଘୁମୁସରରେ ୩ ଲକ୍ଷ ୧୧ ହଜାର ଓ ଉତ୍ତର ଘୁମୁସରରେ ୪ ଲକ୍ଷ ୬୬ ହଜାର ଗଛ ଚାରା ପ୍ରସ୍ତୁତ ରହିଛି।

ସେହିପରି ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ବୌଦ୍ଧ ବନଖଣ୍ଡରେ ୧୯ ଲକ୍ଷ ୫୫ ହଜାର, ଫୁଲବାଣୀରେ ୧୧ ଲକ୍ଷ, ବାଲିଗୁଡ଼ାରେ ୧୬ ଲକ୍ଷ, ପାରଳାଖେମୁଣ୍ଡିରେ ୧୨ ଲକ୍ଷ ୪୫ ହଜାର, ବ୍ରହ୍ମପୁରରେ ଲକ୍ଷ ୪୫ ହଜାର, ଦକ୍ଷିଣ ଘୁମୁସରରେ ୧୬ ଲକ୍ଷ ୬୦ ହଜାର ଓ ଉତ୍ତର ଘୁମୁସରରେ ୧୮ ଲକ୍ଷ ଗଛ ଚାରା ସୃଷ୍ଟି କରାଯାଇଛି।

ସେହିପରି ଚଳିତ ବର୍ଷ ପ୍ରଥମ କରି ବନ ମଣ୍ଡଳରେ ବାଉଁଶ ବଣ ସୃଷ୍ଟି କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏଥର ୭ଟି ବନଖଣ୍ଡରେ ୧୧୦ ହେକ୍ଟର ଜମିର ବାଉଁଶ ଜଙ୍ଗଲ ତିଆରି କରାଯିବ। ଗତ ବର୍ଷ ବନ ମଣ୍ଡଳରେ ୧୭ ଲକ୍ଷ ତାଳ ଗଛ ରୋପଣ କରାଯାଇଥିଲା।

ଚଳିତ ଥର ମଧ୍ୟ ତାଳ ଗଛ ଲଗାଯିବାକୁ ଯୋଜନା କରାଯାଇଛି। ଗତ ବର୍ଷ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ତଥ୍ୟ ଅନୁଯାୟୀ ଆମ ବନମଣ୍ଡଳ ସମେତ ସାରା ରାଜ୍ୟରେ ଗ୍ରୀନ କର୍ଭର ବୃଦ୍ଧି ପାଇଛି। ଆସନ୍ତୁ ଆଗାମୀ ଦିନରେ ପରିବେଶର ସୁରକ୍ଷା ପାଇଁ ସଭିଏଁ ଆଗକୁ ଆସିବା। ମିଳିମିଶି ବୃକ୍ଷ ରୋପଣ କରିବା ବୋଲି ଆର୍‌ସିସିଏଫ୍ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ମଞ୍ଚାସିନ ଥିବା ବେଳେ ଚଳିତ ବର୍ଷ ‘ଏକ ପେଡ୍ ମାଆ କେ ନାମ-୩.୦’ ଆରମ୍ଭ ହେଉଛି। ଏଥିରେ ସଭିଏଁ ସାମିଲ ହୋଇ ଗଛ ଲଗାଇବା ସହ ତାହାର ଯତ୍ନ ନେବାକୁ ସେ ଆହ୍ଵାନ କରିଥିଲେ ।

Leave A Reply

Your email address will not be published.