କୋଦଳା ଓ ବେଗୁନିଆପଡ଼ା ଥାନାରେ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ।

0 191

କୋଦଳା,୦୧/୦୭(ପିପିଟି):ନିଶା ମୁକ୍ତ ହେବ ଓଡିଶା। ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ। ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ ଓ ୩ ମାସ ଭିତରେ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରାଯିବ। ରାଜ୍ଯ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରତି ଥାନାରେ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ବାବଧାନରେ ଆମ ପୋଲିସ ସମିତି ସହଯୋଗରେ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ସାମିଲ୍ ହୋଇଥିବା ବେଳେ ନିଜକୁ ତଥା ନିଜ ପାରିପାର୍ଶ୍ବିକ ପରିବେଶକୁ ନିଶାମୁକ୍ତ ରଖିବା ପାଇଁ ଏକ ସମୂହ ଶପଥପାଠ କରାଯାଇଛି।
ସେହିପରି ବେଗୁନିଆପଡ଼ା ଥାନା ପରିସରରେ ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ବାବଧାନରେ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବର୍ଗର ଲୋକେ ସାମିଲ୍ ହୋଇ ନିଶାମୁକ୍ତ ତଥା ନିଶା କବଳରୁ ଦୂରରେ ରହିବା ନେଇ ଶପଥପାଠ କରିଥିଲେ। ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରିଥିଲେ ଥାନା । ଆଗାମୀ ଦିନରେ ଏହି ଅଭିଯାନ ଜୋରଦାର ହେବ ବୋଲି ସୂଚନା ମିଳିଛି। ଉଭୟ ଥାନାରେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.