୭୭ ତମ ବନ ମହୋତ୍ସବ ସପ୍ତାହ କୋଦଳା କୋର୍ଟ ପରିସରରେ ଚାରା ରୋପଣ ।

0 0

କୋଦଳା ,୦୧/୦୭(ପିପିଟି):୧ ଜୁଲାଇରୁ ୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳା ସିଭିଲ୍ କୋର୍ଟ ପରିସରରେ ବନ ମହୋତ୍ସବ ସପ୍ତାହ ଶୁଭାରମ୍ଭ ସହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା, ଜେଏମଏଫସି ଜର୍ଜ ଶୋଭନ୍ କୁମାର ପଣ୍ଡା, ଓକିଲ ସଂଘ ସଂପାଦକ ଗୋପାଳକୃଷ୍ଣ ସାହୁ, ବରିଷ୍ଠ ଆଇନଜୀବୀ ହର ପ୍ରସାଦ ସାହୁ, ମାନସ ମିଶ୍ର, ସୋମନାଥ ବେହେରା, ଭାସ୍କର ସ୍ବାଇଁଙ୍କ ସମେତ ବହୁ ଆଇନଜୀବୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଏହି ଅବସରରେ କୋଦଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସ୍ବର୍ଣ୍ଣମୟୀ ହାଇସ୍କୁଲକୁ ଚାରା ବଣ୍ଟନ କରାଯାଇଥିଲା।
ବନ ସମ୍ପଦର ସୁରକ୍ଷା, ପରିବେଶ ସନ୍ତୁଳନ ରକ୍ଷା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଜନସଚେତନା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବନ ମହୋତ୍ସବ ମାଧ୍ୟମରେ ପ୍ରକୃତି ସଂରକ୍ଷଣ ଓ ବୃକ୍ଷରୋପଣ ପ୍ରତି ସାଧାରଣ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.