ସନଷ୍ଟ୍ରୋକ, ସୁସ୍ଥ ପାଚନ,ଶରୀରକୁ ସନ୍ତୁଳିତ ରଖିଥାଏ ବେଲପଣା।

0 9

ବୋଲଗଡ଼,୦୧/୦୬(ପିପିଟି):ଆୟୁର୍ବେଦ ଅନୁସାରେ ଓୗଷଧୀୟ ଗୁଣରେ ଭରପୂର ବେଲ। ଯାହାକି ପେଟ ସମ୍ବନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର। ଖାସକରି ବେଲପଣା ଗରମ ଦିନରେ ଶରୀର କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ପାଚିଲା ବେଲ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଫଳ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।
ଯେତେବେଳେ ଗରମ ଦିନ ଆରମ୍ଭ ହୋଇଯାଏ ବେଲର ଚାହିଦା ଅନେକ ମାତ୍ରାରେ ବଢି ଯାଇଥାଏ l ଯେଉଁ ଭଳି ଲେମ୍ବୁ ମିଶ୍ରି ପଣା, ଦହି ପଣା ଓ ଆଖୁରସ ପଣା ଆମ ଶରୀର ପାଇଁ ହିତକର ସେହିଭଳି ବେଲପଣା ମଧ୍ୟ ଆମ ରାଜ୍ୟରେ ଅତି ପ୍ରିୟ ପାନୀୟ ଅଟେ। ବିଶେଷ କରି ଆୟୁର୍ବେଦ ଅନୁସାରେ ବେଲପଣା ପେଟ ପାଇଁ ରାମବାଣ ଅଟେ। ଏହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ ,ବଦହଜମି ସମସ୍ୟାରୁ ରକ୍ଷାକରିବା ସହିତ ଗ୍ରୀଷ୍ମଋତୁରେ ପେଟକୁ ଥଣ୍ଡା ରଖିଥାଏ। କେଉଁ ପୁରାତନ କାଳରୁ ପେଟର ସମସ୍ତ ସମସ୍ୟା ପାଇଁ ବେଲପଣା କୁ ଗୁରୁତ୍ୱ ଦିଆଯାଉଛି। ଗ୍ରୀଷ୍ମ ଋତୁରେ ଅଧିକାଂଶ ସମୟ ଉତ୍ତାପ କାରଣରୁ ଖାଦ୍ୟ ହଜମ ହେବାରେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଏଥିରେ ଫାଇବର ରହିଥିବା କାରଣରୁ ପାଚନ ତନ୍ତ୍ରକୁ ସୁଦୃଢ କରେ। ଏଥିରେ ପ୍ରଚୁର ପରିମାଣରେ ଜଳୟ ଅଂଶ, ଶ୍ୱେତସାର ଓ ତନ୍ତୁଜାତୀୟ ପଦାର୍ଥ ରହିଥିବାରୁ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ l ରକ୍ତକୁ ଶୁଦ୍ଧ କରିବାରେ ବେଲପଣାର ଅତ୍ୟନ୍ତ ଯୋଗଦାନ ରହିଛି। ଝାଡ଼ାବାନ୍ତି ଡାଇରିଆ ସମୟରେ ବେଲପଣା ଶରୀର ପାଇଁ ଉପଯୋଗୀ l ଏହି ସମୟରେ କମିଯାଇଥିବା ଜଳୀୟ ଅଂଶକୁ ବେଲ ପୂର୍ଣ୍ଣ କରିଥାଏ l ଡାଇରିଆ ସମୟରେ ବେଲପଣା ଗୁଡ଼ କିମ୍ବା ସହିତ ସେବନ କରିବା ଅତ୍ୟନ୍ତ ହିତକର। ଗ୍ରୀଷ୍ମଋତୁରେ ବେଲପଣା ସନଷ୍ଟ୍ରୋକରୁ ରକ୍ଷା କରେ ଓ ଶରୀରକୁ ଭିତରୁ ଥଣ୍ଡା ରଖେ। ମୋଟାମୋଟି କହିବାକୁ ଗଲେ ଆମ ଶରୀର ବାତ, ପିତ ଓ କଫକୁ ସନ୍ତୁଳନ ରଖିଥାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.