ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ ।

0 0

ଭୁବନେଶ୍ୱର,୦୧/୦୬(ପିପିପି):ଆସନ୍ତା ୦୩–୦୫ ଜୁନ୍ ୨୦୨୬ରେ ଓଡ଼ିଶାର ପୁରୀଠାରେ ଅନୁଷ୍ଠିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଏପରି ଏକ ଅନ୍ତର୍ଜାତୀୟ ବୈଠକ ଆମ ରାଜ୍ୟରେ ଏବଂ ବିଶେଷ ଭାବେ ପୁରୀଠାରେ ଅନୁଷ୍ଠିତ ହେବା ନିଶ୍ଚିତ ରୂପେ ଆମ ସଭିଙ୍କ ପାଇଁ ଗର୍ବର ବିଷୟ । ଜୁନ୍ ୪ ତାରିଖରେ ଏହାର ଉଦଘାଟନୀ ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବ୍ରିକ୍ସ୍ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ମଧ୍ଯ ଏହି ତିନିଦିନିଆ ବୈଠକରେ ଯୋଗ ଦେବେ ।

ବ୍ରିକ୍ସ୍ (BRICS) ହେଉଛି ବିଶ୍ୱର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏକ ପ୍ରମୁଖ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନ ଏବଂ ଭୂ-ରାଜନୈତିକ ମଞ୍ଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ୍ ଓ ଇଣ୍ଡୋନେସିଆ। ସାମୂହିକ ଭାବେ ଏହି ଗୋଷ୍ଠୀ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ଏବଂ ବିଶ୍ୱର ମୋଟ ଜାତୀୟ ଉତ୍ପାଦନ(GDP)ର ଏକ-ତୃତୀୟାଂଶରୁ ଅଧିକ ଅଂଶର ପ୍ରତିନିଧିତ୍ୱ କରେ।

ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(NDMA) ଅଧ୍ୟକ୍ଷତାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ (DRR)କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଷୟିକ ବୈଠକ ୨୯–୩୦ ଏପ୍ରିଲ ୨୦୨୬ ରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଭାରତର ବ୍ରିକ୍ସ୍ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ପ୍ରତ୍ୟକ୍ଷ ବୈଷୟିକ ବୈଠକ ୦୩–୦୫ ଜୁନ୍ ୨୦୨୬ ମଧ୍ୟରେ ଓଡ଼ିଶାର ପୁରୀସ୍ଥିତ ତାଜ୍ ପୁରୀ ରିସୋର୍ଟରେ ଅନୁଷ୍ଠିତ ହେବ।

ବିପର୍ଯ୍ୟୟ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟକୁ ଆୟୋଜକ ଭାବେ ଚୟନ କରାଯାଇଛି। ବ୍ରିକ୍ସ୍ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧି, ନୀତି-ନିର୍ଦ୍ଧାରକ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସ୍ଥାୟୀ ଡିଆରଆର ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ୱୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ।

 

Leave A Reply

Your email address will not be published.