ପୋଲସରାରେ ତିନି ଦିବସୀୟ ପୋଷଣ ପ୍ରଶିକ୍ଷଣ ଶିବିର।

0 0

ପୋଲସରା,୨୬/୦୫ (ପିପିଟି) : ପୋଲସରା ବ୍ଲକ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ପୌରପରିଷଦର ୧୯ ନଂ ୱାର୍ଡ ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପଠାରେ ଚାଲିଥିବା ତ୍ରି-ଦିବସୀୟ ପୋଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ିରେ ପଢୁଥିବା ୬ ବର୍ଷରୁ କମ୍ ଶିଶୁମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକତା ଅନୁପାତରେ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ସହିତ ‘ପୋଷଣ ଭି, ପଢ଼ାଈ ଭି’ ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଏବଂ ପ୍ରାଞ୍ଜଳଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଏବଂ ଖେଳନା ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଅଞ୍ଚଳ ପରିଦର୍ଶିକା ସୁରଭି କୁମାରୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସବିତା ଶବର ଜୟନ୍ତୀ ସାବତ, ମୁକ୍ତା ଦେବୀ ପ୍ରମୁଖ ଅଞ୍ଚଳ ପରିଦର୍ଶିକା ଏବଂ ପୋଷଣ ବ୍ଲକ ସଂଯୋଜକ ଅବିନାଶ ଚୌଧୁରୀଙ୍କ ସମେତ ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର ଓ ସମ୍ପାଦିକା ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ୭ ଗୋଟି ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଶେଷରେ ସିଡ଼ିପିଓ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.