ବଡଚଣା,୨୩/୦୫:କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରାୟୋଜିତ ସଂସ୍ଥା ଏନ୍ ବି ସି ସି ର ମୁଖ୍ୟ ପ୍ରାବନ୍ଧିକ
ଡକ୍ଟର ଚୌଧୁରୀ ଜ୍ଞାନ ରଂଜନ ସାମଲଙ୍କୁ ମିଜୋରାମ ରାଜ୍ୟ ଗ୍ରାମ୍ୟ କାଉନସିଲ୍ ତରଫରୁ ସମ୍ବର୍ଧିତ କରାଯାଇଛି l ମିଜୋରାମର ପାଗ ପ୍ରତିକୂଳ ସତ୍ତ୍ଵେ ଇଣ୍ଡିଆ ବାଂଲାଦେଶ ସୀମାନ୍ତରେ ବିପଦ ସଙ୍କୁଳ ପଥ ନିର୍ମାଣ, ସୁରକ୍ଷା ବାଡ, ସେତୁ ନିର୍ମାଣ ତ୍ୱରାନ୍ୱିତ କରାଯାଇଛି l ଜାତୀୟ ସ୍ୱାର୍ଥକୁ ଗୁରୁତ୍ଵ ଦିଆଯାଇ ରାସ୍ତା ନଥିବା ସୀମାନ୍ତ ଗ୍ରାମକୁ ଜାତୀୟ ସ୍ରୋତରେ ସାମିଲ କରାଯାଇ ପାରିଛି l ଡଃ ସାମଲ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ସ୍ଵୀକାର କରି କାଉନସିଲ୍ ସଭାପତି ଗରି ପୂର୍ଣ୍ଣ ଚକମା ସୀମାନ୍ତ ବଂଧୁ ସମ୍ମାନ ପ୍ରଦାନ କରିଥିଲେ l ଲୋକସେବା ଭବନ ପରିସରରେ ଅନଷ୍ଠିତ କାର୍ଯକ୍ରମରେ ମିଜୋରାମ ର ରାଜ୍ୟପାଳ
ଡଃ ଭିକେ ସିଂ, ବିଧାୟକ ଡମ୍ପା ସମେତ ବହୁ ବରିଷ୍ଠ ଅଧିକାରୀ
ଉପସ୍ଥିତ ଥିଲେ । ସୀମାନ୍ତ ଅଞ୍ଚଳ ପାଇଁ ସଂସ୍ଥା ପକ୍ଷରୁ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ପ୍ରକାଶ ଥାଉକି ଡଃ ସାମଲ ବଡଚଣା ଅଞ୍ଚଳର ବାସିନ୍ଦା, ନିର୍ମଳ ସାମଲ
ଓ ପ୍ରାକ୍ତନ ସମିତି ସଭ୍ୟ ନଳିନୀ ପ୍ରଭାଙ୍କ ଏକ ମାତ୍ର ସନ୍ତାନ ଅଟନ୍ତି ।
Prev Post