ଇନ୍ଦ୍ରାବତୀ ରୁ ଜଳସେଚନ ପାଇଁ ପାଣି ବନ୍ଦ ।

0 83

ଭବାନୀପାଟଣା,୧୭/୦୫(ପିପିଟି):ଇନ୍ଦ୍ରାବତୀ ଜଳଭଣ୍ଡାରର ମଙ୍ଗଳପୁର ବ୍ୟାରେଜରୁ ଚଳିତ ରବି ଚାଷ ପାଇଁ ଜଳଯୋଗାଣ ଆଜିଠାରୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ ଗତ ଜାନୁଆରୀ ୭ ତାରିଖରୁ ରବି ଚାଷ ପାଇଁ ଜଳସେଚନ ଆରମ୍ଭ ହେଇଥିଲା।ବାମ, ଡାହାଣ ମୁଖ୍ୟ କେନାଲ ସହିତ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧର୍ମଗଡ ଉପଖଣ୍ଡ ର ୭୬ ହଜାର ହେକ୍ଟର ଜମି କୁ ଜଳସେଚିତ କରାଯାଇଥିଲା। ଆଜି ଠାରୁ କେନାଲ ମାଧ୍ୟମରେ ଜଳସେଚନ ବନ୍ଦ କରାଯାଇ ଇନ୍ଦ୍ରାବତୀ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜ ରୁ ହାତୀ ନଦୀରେ ପାଣି ଛାଡିବା ଆରମ୍ଭ ହେଇଛି। ସୂଚନା ଅନୁଯାୟୀ ଆଜି ସକାଳ ୮ ଟା ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ୬୩୧.୯୦ ମିଟର ଥିବାବେଳେ ପ୍ରକଳ୍ପ ର ପାୱାର ହାଉସ ରୁ ୨୮୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.