ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ ।

0 0

ଯାଜପୁର ,୧୮/୦୫(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆଜି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳରେ ନୂତନ ଭାବେ ସାମିଲ ହୋଇଥିବା କର୍ମୀ ମାନଂକୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ବିଜେପି ନେତା ତପନ କୁମାର ମାହୁନ୍ତଙ୍କ ସଭାପତିତ୍ୱରେ ଆଇଲୋଜିତ ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ରିତା ତରେଇ, ବ୍ଳକ ଅଧ୍ୟକ୍ଷା ଶୁଚିସ୍ମିତା ଦାସ, ଉପାଧ୍ୟକ୍ଷ ବିଶ୍ଵ ବିଜୟିନୀ ମିଶ୍ର, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଦାଶ, ବିଜେପି ନେତା ପ୍ରିୟନାଥ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିର ମିଶ୍ରଣ ପର୍ବରେ ୧୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ତଥା ଧର୍ମଶାଳା ବ୍ଲକର ପୂର୍ବତନ ବିଜେଡି ସଭାପତି ଜଳଧର ମହାନ୍ତି। ମିର୍ଜାପୁର ପଂଚାୟତ ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଧ୍ରୁବ ଚରଣ ବିଶ୍ଵାଳ, ବଡକାଏମା ପଂଚାୟତ ପୂର୍ବତନ ସରପଞ୍ଚ ଆଙ୍କୁର ଚରଣ ନାୟକ, ବଡ଼ କାଏମା ଅଂଚଳର ବିଜେଡି ସଂଗଠକ ବଟକୃଷ୍ଣ ରାଉତ, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଆଜି ଅନ୍ୟ ଦଳ ପରିତ୍ୟାଗ କରି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟଧାରାରେ ଆନୁପ୍ରାଣିତ ହୋଇ କର୍ମୀମାନେ ପୂର୍ବ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ବାଜା, ବାଣ ଫୁଟାଇ କର୍ମୀମାନେ କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଯୁବକ ସଂଗଠକ ରାଜେଶ କୁମାର ପାଳ. ଅଭିଷେକ ରାଉତ ଦେବରାଜ ମିଶ୍ର, ପ୍ରଦୀପ ପରିଡା, ଜିତେନ୍ଦ୍ର ରାଉତ, ଶିବୁଲି ଧିର, ଦେବଦତ୍ତ ପଣ୍ଡା, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ, ହିମାଂଶୁ ମହାନ୍ତି, ଆଲୋକ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.