ସିପ୍ରାରାଣୀ ଦ୍ୱାରି ମାଟ୍ରିକ ପରୀକ୍ଷାରେ ବୋଲଗଡ ବ୍ଲକ ଟପର ।  

0 177

ବୋଲଗଡ଼,୦୪/୦୫ (ପିପିଟି): ମାଟ୍ରିକ ପରୀକ୍ଷାରେ ବୋଲଗଡ଼ ମଣ୍ଡଳରେ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରି ୫୫୯ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ରବିବାର ଦିନ ଉଭୟ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏବଂ ସମ୍ପୂକ୍ତ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ପ୍ରାକ୍ତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାବାସ ଲେଙ୍କା ଓ ତାଙ୍କର ସହକର୍ମୀ, ନୂଆସାହି ସାଧନ କେନ୍ଦ୍ର ସଂଯୋଜକ ଚନ୍ଦ୍ରଶେଖର ନାୟକ, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ଦଳବେହେରା, ପଞ୍ଚସଖା ଶିକ୍ଷାସେତୁର ଅଧ୍ୟକ୍ଷ ଗଦାଧର ଚମ୍ପତ୍ତି ପ୍ରମୁଖ ସିପ୍ରାରାଣୀ ଙ୍କ ବାସଗୃହରେ ପହଂଚି ତାଙ୍କୁ ମୁକୁଟ ପରିଧାନ କରାଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ତାଙ୍କୁ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ ସିପ୍ରା କହିଥିଲେ ଯେ ବିଦ୍ୟାଳୟର ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ସବଳ ଓ ଦୁର୍ବଳ ପିଲାଙ୍କୁ ପୃଥକ ଭାବେ ସ୍ୱତନ୍ତ୍ର ଧ୍ୟାନ ଦେଇ ଶିକ୍ଷାଦାନ କରିବା ସହ ପ୍ରତି ସନ୍ଦେହ ଦୂର କରୁଥିଲେ। ଘରେ ତାଙ୍କର ପିୟୁସୀ ଆରତୀ ଦ୍ୱାରି ପଢ଼ିବା ସମୟରେ ରାତିରେ ଓ ଛୁଟି ଦିନରେ ଜଗି ବସୁଥିଲେ,ବଡବାପା ହରିବନ୍ଧୁ ଦ୍ୱାରି ଏବଂ ବଡ ମାଆ ଅନସୂୟା ଦ୍ୱାରି ତାଙ୍କର ସମସ୍ତ ଯତ୍ନ ନେଉଥିଲେ। ତାଙ୍କର ପିତା ସୁରେଶ ଦ୍ୱାରି ଜଣେ ଅଟୋ ଚାଳକ, ସେ ଓ ତାଙ୍କ ମାଆ ପୂଜା ଦ୍ୱାରି ଭୁବନେଶ୍ୱରରେ ସବୁବେଳେ ରହନ୍ତି। ସେ ଦୈନିକ ଘରେ ୮ରୁ ୧୦ଘଣ୍ଟା ଅଧ୍ୟୟନ କରନ୍ତି। ଶତକଡା ୯୫ନମ୍ୱର ରଖିବାକୁ ଆଶା ରଖିଥିଲେ ହେଁ ସେ ୯୩ ଶତକଡା ନମ୍ବର ରଖିଛନ୍ତି। ତଥାପି ବ୍ଲକ ଟପ୍ପର ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ସିପ୍ରାଙ୍କ ଜେଜେବାପା ରବି କିଶୋର ଦ୍ୱାରି ଓ ଜେଜୀ ମାଆ ସଞ୍ଜୁଲତା ଦ୍ୱାରି ନାତୁଣୀଙ୍କର ଏପରି ସମ୍ବର୍ଦ୍ଧନା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.