ଭଞ୍ଜନଗରରେ ବିଜେପିର ବିଜୟ ଉତ୍ସବ ।

0 187

ଭଞ୍ଜନଗର, ୦୪/୦୫(ପିପିଟି): ସାରା ଦେଶବାସୀଙ୍କ ନଜର ଥିଲା ମେ ୪ତାରିଖ ନିର୍ବାଚନ ଫଳାଫଳ ଉପରେ।ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରାୟ ଆସିଯାଇଛି। ସେଥି ମଧ୍ୟରେ ପଶ୍ଚିମବଙ୍ଗକୁ ବିଜେପି ଅକ୍ତିଆର କରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଥିଲା।ଦୀର୍ଘ ବର୍ଷ ଧରି ସେଠାରେ ତୃଣମୂଳ କଂଗ୍ରେସ ସରକାର ରହିଥିଲା। ଆଉ ଏଥର ପ୍ରଥମ ଥର ବିଜେପି ସଫଳ ହୋଇ କ୍ଷମତା ଦଖଲ କରିବାକୁ ଯାଉଛି। ସଂଖ୍ୟା ଗରିଷ୍ଠତା ଠାରୁ ବହୁ ଆଗରେ ବିଜେପି ବର୍ତ୍ତମାନ ଅଛି। ଆସାମ ଓ ପୁଡୁଚେରୀରେ ମଧ୍ୟ ଭାଜପା ସରକାର ଗଢ଼ିବାକୁ ଯାଉଛି। ଏହି ଖୁସିରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ସୋମବାର ଥାନା ଛକରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ସମୟରେ ସେଠାରେ ଜୟ ଶ୍ରୀରାମ ନାରା ଓ ବାଣରେ ସମ୍ପୃକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇପଡ଼ିଥିଲା। ଏଥିସହ ଭାଜପା ନେତା ଓ କର୍ମୀ ପରସ୍ପରକୁ ମିଠା ଓ ଝାଲ ମୁଢ଼ି ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ସମୟରେ ଭାଜପା ନେତା ବିଷ୍ଠୁ ପ୍ରସାଦ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଲକ୍ଷ୍ମୀ ନାରାୟଣ ପଣ୍ଡା, ସମୀର ନାୟକ,ସୁଧୀର ରଞ୍ଜନ ବେହେରା, ସୁବାଷ ବରାଡ, ବୁବୁନି ମହାନ୍ତି,ଧୋବା ଗୌଡ଼ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.