ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ଦେହାନ୍ତ ।

0 204

ପୋଲସରା,୩୦/୦୪(ପିପିଟି): ପୋଲସରା ବ୍ଲକ ହାତୀଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ସାହୁଙ୍କର ଗୁରୁବାର ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା ସେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା। ବୟସାଧିକ ହେତୁ ସେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ। ସେଠାରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସାନପୁଅ ଆଇନଜୀବୀ ସୁଶାନ୍ତ ସାହୁ ସମେତ ପରିବାର ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଜ ଗ୍ରାମ ହାତୀଓଟ ସ୍ଥିତ ବାସଭବନରେ ଶେଷ ଦର୍ଶନ ଲାଗି ଅଣାଯାଇଛି। ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି l

ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.