କଟକ,୩୦/୦୪ :କଟକ ଚାଉଳିଆଗଞ୍ଜ ୬ଷ୍ଟ ବାଟାଲିଅନ ପୋଲିସ କୁ ଛୁରା ମାଡ଼ ଘଟଣାରେ ୩-ଜଣ ଆହତ, ଜଣେ ପିସିଆର ଡ୍ରାଇଭର, ଜଣେ ହୋମ ଗାର୍ଡ, ଏବଂ ଅନ୍ୟ ଜଣେ ପୋଲିସ ସିପାହୀ ବୋଲି ଜଣାପଡିଛି।ଏମିତି କି ତିନିଜଣ ଯାକ ଆହତ ହୋଇଛିନ୍ତି ବୋଲି ପୋଲିସ ପ୍ରକାଶ କରିଛି।ତେବେ ଗତ କାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ଓ ଏମ୍ ପି ଷଷ୍ଟ ବାଟାଲିୟନ ପରିସରରେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବତୀଙ୍କ ସହ କିଛି ଯୁବକ ବସିଥିବା ବେଳେ ଏଭଳି ଘଟଣା ଘଟିଛି।
ତେବେ ରାତ୍ରିରେ ଯୁବକ ଯୁବତୀ ଏକତ୍ରିତ ହୋଇଥିବା ବେଳେ ପେଟ୍ରୋଲିଙ୍ଗ ଗାଡ଼ି ବିରୋଧ କରିବାରୁ ହଠାତ୍ ଉତକ୍ଷିପିତ ହୋଇ ପୋଲିସ ସହ ପ୍ରଥମେ ଝଗଡ଼ା କରିଥିଲେ ପରେ ପରେ ପାଖରେ ରଖିଥିବା ଧାରୁଆ ଅସ୍ତ୍ର ରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ।ଆହତ ପୋଲିସ କର୍ମଚାରୀ ଙ୍କ ବେକ, ପିଠି, ଏବଂ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସମସ୍ତଙ୍କୁ କଟକ ଏସ ସି ବି ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସେପଟେ ଘଟଣା ସ୍ଥଳରେ ଚାଉଳିଆଗାଞ୍ଜ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ତେବେ ଆକ୍ରମଣକାରୀ ହେଲେ ପ୍ରଶନ୍ନ ପାତ୍ର, ପବିତ୍ର ପାତ୍ର, ବୁଟୁ ସାମଲ, ଅମିତ ସିଂହ ଓ ଜ୍ୟୋତିରଞ୍ଜନ ବେହେରା ବୋଲି ଜଣାପଡିଛି। ସେପଟେ ଆକ୍ରମଣ ରେ ଶିକାର ହୋଇଥିବା ପୋଲିସ୍ ଫୋର୍ସ ମାନେ ହେଲେ ହୋମଗାର୍ଡ ବିପନ ଦାସ, ଡେପୁଟି ସୁବେଦାର ମାନସ ରଣାସିଙ୍ଗ,ସିପାହୀ ପ୍ରଶାନ୍ତ ମୁଦୁଲି,ଶ୍ରୀକାନ୍ତ ଗମାଙ୍ଗ । ତେବେ ଏହି ଘଟଣା ପରେ କଟକରେ ପୋଲିସ ର ଅପାରଗତା ହିଁ ସାମ୍ନାକୁ ଆସିଲା । ପୋଲିସ ଆଜି ନିଜ ଘରେ ନିଜେ ସୁରକ୍ଷିତ ନୁହେଁ ।ଆଉ ସାଧାରଣ ଲୋକ କେତେ ସୁରକ୍ଷିତ ରହିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଆଜି ଅପରାହ୍ନ ରେ ଚାଉଳିଆଗଞ୍ଜ ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଂଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ବେଳେ ୪ଟି ବାଇକ ମଧ୍ୟ ଜବତ କରିଛି।