ଆଜୀବନ କାରାଦଣ୍ଡାଦେଶ  ।

0 0

ଭବାନୀପାଟଣା,୩୦/୦୪: କେସିଙ୍ଗା ଥାନା ଅଞ୍ଚଳର ଏକ ହତ୍ୟାକାଣ୍ଡରେ ଦୋଷୀ କୁ କଳାହାଣ୍ଡି ଜିଲ୍ଲାଜଜ୍ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୪ ମଇ ୧୨ ତାରିଖ ଦିନ କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ଇନ୍ଦ୍ରମଣି ଗୌଡ ଓରଫ ଜିତୁ, ବିରଞ୍ଚି ନାଏକଙ୍କୁ ମଦ ପିଆଇ, ହାତ ଗୋଡ଼ ବାନ୍ଧି ଛୁରୀରେ ହତ୍ୟା କରିଥିବା କେସିଙ୍ଗା ଥାନାରେ ଅଭିଯୋଗ ହେଇଥିଲା। ପୁଲିସ ତଦନ୍ତ, ପାରିପାର୍ଶ୍ୱିକ ସ୍ଥିତି ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କଳାହାଣ୍ଡି ଜିଲ୍ଲା ଓ ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ଆଜି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଇନ୍ଦ୍ରମଣି ଗୌଡ଼ ଓରଫ ଜିତୁକୁ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ୫୦ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାର ଙ୍କ ପକ୍ଷରୁ ସରକାରୀ ଓକିଲ ମନୋଜ କୁମାର ମେହେର ପରିଚାଳନା କରୁଥିଲେ।

Leave A Reply

Your email address will not be published.