ପାଙ୍ଗିଡି ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି।

0 158

ପୋଲସରା,୨୦/୦୪ (ପିପିଟି) : ବୁଗୁଡା ବ୍ଲକର ପାଙ୍ଗିଡି ପଞ୍ଚାୟତରେ ଆଜି ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ତହସିଲଦାର ତାପସ ରାଉତ, ବୁଗୁଡା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡା ଓ ସ୍ଥାନୀୟ ସରପଞ୍ଚ ଭାଗ୍ୟଳତା ବିଷୋୟୀ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ସମସ୍ତ ୭ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ୫ ଟି ଅଭିଯୋଗ ଶିବିରରେ ହିଁ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ସମେତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତଥିଲେ। ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ। ପାଙ୍ଗିଡି ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.