ବେଆଇନ ଦେଶୀମଦ କାରବାର : ୨ଗିରଫ, ୧୦୦ଲିଟର ମଦ ଜବତ ।

0 189

ଭଞ୍ଜନଗର, ୦୧/୧୦(ପିପିଟି ): ବେଆଇନ ନିଶା କାରବାର ଓ ଚୋରା ଚାଲାଣ ରୋକିବାକୁ ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି।ଗୁରୁବାର ଏହି ଥାନା ଅନ୍ତର୍ଗତ ଅବକାରୀ ଦଳ ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅଧୀନ କୁଡୁତେଇ ମୁଖ୍ୟ ରାସ୍ତା ପାର୍ଶ୍ୱରେ ୨ଜଣଙ୍କୁ ଚୋରା ଦେଶୀ ମଦ ବିକ୍ରୀକୁ ନେଇ ଅବକାରୀ ମାମଲା ରୁଜୁ ହୋଇଛି।ଏହି ୨ଟି ଘଟଣାରେ ମୋଟ ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯିବା ସହ ଏଥିରେ ସମୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସେମାନେ ହେଲେ ତାର ସିଂ ଥାନା କୁଡୁତେଇ ଗ୍ରାମର ଟୁକୁନା ନାଏକ (୩୫ ବର୍ଷ)। ତାଙ୍କ ଠାରୁ ୭୦ ଲିଟର ବେଆଇନ ଦେଶୀମଦ ଜବତ ହୋଇଥିବା ବେଳେ ଅନ୍ୟ ଜଣକ ହେଲେ ସେହି ଗ୍ରାମର ଦୁର୍ଗା ଚରଣ ନାୟକ (୫୦)।ତାଙ୍କ ଠାରୁ ୩୦ଲିଟର ବେଆଇନ ଦେଶୀମଦ ଜବତ କରାଯାଇଛି।ଏସଂକ୍ରାନ୍ତରେ ଭଞ୍ଜନଗର ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.