କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧୋତ୍ସବ ପାଳିତ;ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ।

0 213

କବିସୂର୍ଯ୍ୟନଗର,୨୦/୦୪(ପିପିଟି):ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବିସୂର୍ଯ୍ୟ ସାହିତ୍ୟ ସଂସଦ,ଆଠଗଡ଼ପାଟଣାଙ୍କ ମିଳିତ ସହଯୋଗରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରଦ୍ଧୋତ୍ସବ ପାଳନ, ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଆଠଗଡ଼ପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କବିସୂର୍ଯ୍ୟଙ୍କ ପୀଠରେ ଶ୍ରାଦ୍ଧ ଓ ତିଳତର୍ପଣ କରାଯାଇ ଦୁର୍ଗାପ୍ରସାଦ ଶଙ୍କର ହରିଚନ୍ଦନ ଜଗଦ୍ଦେବ,ରାଜାସାହେବ ଆଠଗଡ଼ଙ୍କଦ୍ଵାରା ଆଲୋଚନାଚକ୍ର ଓ କବିତା ପାଠୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ସଭାପତିତ୍ବ କରିଥିଲେ ଜଗବନ୍ଧୁ ଭୋଳ,ମୁଖ୍ୟ ବକ୍ତା କୃଷ୍ଣଚନ୍ଦ୍ର ତ୍ରିପାଠୀ,ସମ୍ମାନନୀୟ ବକ୍ତା ଭାବେ ପ୍ରଫେସର କୈଳାସ ନାଥ ସ୍ୱାଇଁ, ଡକ୍ଟର ବାୟାମନୁ ଚର୍ଚ୍ଚୀ,ଡକ୍ଟର ହିମାଂଶୁ ଶେଖର ରଥ,ବୃନ୍ଦାବନ ନାୟକ,ଦଣ୍ଡପାଣି ମହାପାତ୍ର ସମ୍ମାନନୀୟ ଅତିଥି ରୂପେ ନମିତା ପାତ୍ର, ଛବିରାଣୀ ଶତପଥୀ,ରବିନାରାୟଣ ଶତପଥୀ, ମାହେଶ୍ଵରୀ ଦୋରା ଓ ଡକ୍ଟର ସୁରେନ୍ଦ୍ର ନାଥ ସାହୁ ଯୋଗ ଦେଇ କବିସୂର୍ଯ୍ୟଙ୍କ ସ୍ମୃତି ଚାରଣ କରିଥିଲେ । ମଧ୍ୟାହ୍ନ ବିରତି ପରେ ଦ୍ୱିତୀୟ ଅଧିବେଶନ କବି ଇଂ. ସଦାଶିବ ନାୟକଙ୍କ ସଭାପତିତ୍ୱରେ ଆମନ୍ତ୍ରିତ କବି ଓ କବୟିତ୍ରୀମାନଙ୍କ ଦ୍ୱାରା କବିତା ପାଠୋତ୍ସବ ହୋଇଥିଲା । କବିତା ସଂଯୋଜନା କରିଥିଲେ ଦିବ୍ଯାନୀ ମାର୍ଥା । ଉକ୍ତ କାର୍ଯ୍ୟକ୍ରମକୁ ଡକ୍ଟର ସୁରେନ୍ଦ୍ର ନାଥ ସାହୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିବା ବେଳେ ଧରଣୀଧର ବେହେରା,ସୁଧର୍ମା ସେବାସଂଘ ଓ କବିସୂର୍ଯ୍ୟ ସାହିତ୍ୟ ସଂସଦର ସମସ୍ତ ସଭ୍ୟସଭ୍ୟା ତଥା ଆଠଗଡ଼ପାଟଣାର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.