କଣଛାଇରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି।

0 159

ପୋଲସରା,୨୦/୦୪ (ପିପିଟି): ପୋଲସରା ବ୍ଲକର କଣଛାଇ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଡିଓ ସୋନମ୍ ବେହେରା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ଝୁନୁ ଦାସ,ସମିତି ସଭ୍ୟା ମାମାଜିନୀ ସ୍ବାଇଁ ଯୋଗଦେଇ ସମସ୍ତଙ୍କର ଅଭିଯୋଗ ଗ୍ରହଣ କରି ଥିଲେ। ଏହି ଅବସରରେ ମୋଟ୍ ୩୨ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୫ ଜଣଙ୍କୁ ଖାଉଟି କାର୍ଡ, ୨ ଜଣଙ୍କୁ ଭତ୍ତା,୧୨ ଜଣଙ୍କୁ ଘରପଟ୍ଟା ଓ ୨ ଗୋଟି ଏସ୍ ଏଚ ଜି ଗୃପର ମହିଳାଙ୍କୁ ଲୋନ୍ ଦିଆଯାଇଥିଲା।ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ବ୍ଳକ ଯନ୍ତ୍ରୀ ରାମକୃଷ୍ଣ ଶବର,ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରିପାଠୀ,ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ କାର୍ତ୍ତିକ ସାହୁ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ,ଏଡିଓ ସନ୍ତୋଷିନୀ ସାହୁ ପ୍ରମୁଖଙ୍କ ସମେତ ଅଙ୍ଗନବାଡ଼ି ,ଆଶାକର୍ମୀ ଓ ଏସ ଏଚ ଜି ଗୃପର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.