ଯାଜପୁର,୨୦/୦୪(ପିପିଟି): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଆଜି ଚାଷୀ ଅନୁକୂଳ କରେ । ଏହି ଅବସରରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସଂଗଠକ ପ୍ରଦୀପ କୁମାର ପରିଡ଼ା ଓ ରାଜେଶ କୁମାର ପାଲ ଧର୍ମଶାଳା ବ୍ଲକ କବାଟବନ୍ଧ ମଣ୍ଡଳର ରେଖିଦେଇପୁର ଠାରେ ଲଙ୍ଗଳ ଧରି ହଳ କରି ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲ୍ଲାର ପୁରପଲ୍ଲୀରେ ଚାଷୀମାନେ ଭୋରରୁ ଉଠି ଶୁକ୍ଳ ବସ୍ତ୍ର ପରିଧାନ ପୂର୍ବକ ଅକ୍ଷିମୁଠି ଧରି ଆନନ୍ଦ ଉଲ୍ଲାସ ସହକାରେ କ୍ଷେତକୁ ଯାଇ ଜମିରେ ସର୍ବମଙ୍ଗଳ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି ଧାନ ବିହନ ବୁଣାର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି। କୃଷକମାନଙ୍କର ବର୍ଷଯାକର ଅପେକ୍ଷାର ଏହି ଦିନକୁ ଚାଷୀ ଅନେଇ ବସିଥିଲାବେଳେ କିପରି ପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହେବେ ଭଲରେ ଭଲରେ ଚାଷକାର୍ଯ୍ୟ ସମ୍ପନ୍ନ ହୋଇ ଭଲ କ୍ଷେତ ଅମଳ ହେବ ବୋଲି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ଅକ୍ଷିମୁଠି ଅନୁକୂଳ ହେଉଥିବା ଜମିକୁ ମୁଠିବାର ଜମି କୁହାଯାଇଥିଲାବେଳେ ବିଲରେ ଆଗୁଆ ଖତ ଲଗାଯାଇଥାଏ ଓ ଅକ୍ଷୟତୃତୀୟାରେ ଅକ୍ଷିମୁଠିରେ ଧାନ ସହିତ କ୍ଷୀର, ଫୁଲ, ବିଭିନ୍ନ ପ୍ରକାର ଫଳ, ସିନ୍ଦୁର, ଧୂପ, ଦୀପ, ଭୂଇଁ ଖଜୁରୀ, ଟୋଲ, ପଳାଶ ପତ୍ର ଆଦି ପୂଜା ସାମଗ୍ରୀ ନିଆଯାଇଥିଏ। ଏବଂ ମୁଠିବାର ଜମିରେ ଧାନବୁଣା ଅନୁକୂଳ କରାଯାଇଥାଏ।